Friday, October 18, 2024
25 C
Odisha

    ରୋଜଗାର ଓ ସ୍ୱରୋଜଗାର ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଆଣିଛି ଚଳିତ ବର୍ଷର ବଜେଟ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୩/୦୭: ସାଧାରଣ ନିର୍ବାଚନ ଦୃଷ୍ଟିକୋଣରୁ ଗତ ଫେବୃଆରୀ ୧ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଏକ ମଧ୍ୟବିତକାଳିନ ବଜେଟ-୨୦୨୪ ଉପସ୍ଥାପିତ କରିଥିଲେ, ଯାହାକି ଏକ ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ ଥିଲା । ନିର୍ବାଚନ ପରେ ତୃତୀୟ ଥର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀଥାରମଣ ଆଜି ଆର୍ଥୀକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ ୨୦୪୭ ମସିହା ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଉପସ୍ଥାପିତ ହୋଇଥିବା ଏହି ବଜେଟ୍ ନିଶ୍ଚିତ ଭାବେ ସହାୟକ ହେବ । ଆଜି ଆଗତ ହୋଇଥିବା ବଜେଟ୍ ସମାଜର ସବୁ ବର୍ଗକୁ ସଶକ୍ତ କରିବାରେ ସହାୟକ ହେବ । ଏଥି ସହ ରୋଜଗାର ଓ ସ୍ୱରୋଜଗାର ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଏହି ବଜେଟରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ବିଶେଷ ଭାବେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ସହାୟତା ଦିଆଯିବାର ଚଳିତ ବଜେଟରେ ଘୋଷଣା କରାଯାଇଛି । ସେହିପରି କୃଷି, ଶକ୍ତି, ଟେକ୍ନୋଲୋଜି, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ବିକଶିତ ଭାରତ ଗଠନରେ ଓଡିଶାର ଭୁମିକା ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ