Wednesday, March 4, 2026
21.8 C
Odisha

    ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ୫ମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ଚାଲିଛି ପ୍ରଚାର କାର୍ଯ୍ୟ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ପାଇଁ ତୃତୀୟ ଥର ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବାହ୍ନ ୧୧ଟା ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଏହା ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ବାରଣାସୀ ଆସନରୁ ମୋଦୀ ନିର୍ବାଚିତ ହୋଇଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଗଙ୍ଗା ନଦୀରେ ବୁଡ଼ ପକାଇବା ସହିତ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କହିରଖୁଛୁ ଜୁନ ୧ରେ ବାରଣାସରୀ ଆସନରେ ଭୋଟ ଗ୍ରହଣ ହେବ । ସୋମବାର ବାରଣାସୀରେ ପ୍ରଚାର କାର୍ଯ୍ୟ ପାଇଁ ରୋଡ୍ ଶୋ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    25 %
    1.7kmh
    0 %
    Tue
    21 °
    Wed
    35 °
    Thu
    37 °
    Fri
    37 °
    Sat
    38 °

    ସମ୍ବନ୍ଧିତ