Sunday, October 4, 2026
29.6 C
Odisha

    ପୁଟିନ୍‌ଙ୍କୁ ଫୋନ୍ କଲେ ମୋଦୀ : ଅଭିନନ୍ଦନ ଜଣାଇ ଏକାଠି ମିଶି କାମ କରିବାକୁ କହିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍‌ଙ୍କୁ ବୁଧବାର ଫୋନ୍ କରିଛନ୍ତି। ପୁଣି ଥରେ ପୁଟିନ୍ ରୁଷିଆର ରାଷ୍ଟ୍ରପତି ହୋଇଥିବାରୁ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରୁଷିଆର ‌ଜନସାଧାରଣଙ୍କ ଶାନ୍ତି, ସମୃଦ୍ଧି ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଧିକାରିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି, ଫୋନ୍ ରେ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ବିଶେଷ ଏବଂ ବିଶେଷଅଧିକାର ପ୍ରାପ୍ତ ଦ୍ବିପାକ୍ଷିକ ରଣନୀତିକ ସହଯୋଗ ଅଧିକ ସଦୃଢ଼ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଲୋଚନାରେ ସହମତି ପ୍ରକାଶ ପାଇଛି। ଦ୍ବିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ସହଯୋଗ ହୋଇଥିବା ପ୍ରଗତିର ସମୀକ୍ଷା ମଧ୍ୟ ହୋଇଥିବା ମୋଦୀ କହିଛନ୍ତି। ଏହା ସହିତ ଆଞ୍ଚଳିକ ତଥା ବିଭିନ୍ନ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମତାମତ ଆଦାନ ପ୍ରଦାନ ହୋଇଥିବା ମୋଦୀ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ୟୁକେନ୍ ରୁଷିଆ ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗରେ ରୁଷିଆ ସରକାର ଆଗକୁ ବଢ଼ିବା ନେଇ ଭାରତର କୂଟନୈତିକ ସ୍ଥିତି ସମ୍ପର୍କରେ ମୋଦୀ ଦୋହରାଇଥିବା ପ୍ରକାଶ କରିଛନ୍ତି। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ପରସ୍ପର ଯୋଗାଯୋଗରେ ରହିବାକୁ ସହମତ ହୋଇଥିବା ଏକ୍ସରେ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ