Sunday, October 4, 2026
29.6 C
Odisha

    କେଉଁ ଦଳରୁ ଲଢ଼ିବେ ବରୁଣ ଗାନ୍ଧୀ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପିଲିଭିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ବିଜେପି ବରୁଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିବ ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | ସେପଟେ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନାମାଙ୍କନପତ୍ର କିଣିଛନ୍ତି। ଆଉ ଏଭଳି ପରିସ୍ଥିତିରେ ଏହି କଥା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ଟିକେଟ୍ ଦେଉ କି ନଦେଉ ବରୁଣ ଗାନ୍ଧୀ ପିଲିଭିତରୁ ନିର୍ବାଚନ ଲଢ଼ିବେ। ଆଜି ନାମାଙ୍କନପତ୍ରର ପ୍ରଥମ ଦିନରେ ବରୁଣ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିଲିଭିତ ଲୋକସଭା ଆସନ ପାଇଁ ଚାରି ସେଟରେ ନାମାଙ୍କନପତ୍ର କ୍ରୟ କରିଛନ୍ତି। ବରୁଣ ଗାନ୍ଧୀଙ୍କ ପ୍ରତିନିଧୀ କମଲକାନ୍ତ, ଦୀପକ ପାଣ୍ଡେ ଏବଂ ଆଡଭୋକେଟ ଏମ.ଆର ମଲିକ ନାମାଙ୍କନ ପତ୍ର କିଣିବାବେଳେ ବରୁଣ ଗାନ୍ଧୀଙ୍କ ନାମରେ ଫର୍ମ କିଣାଯାଇଛି | ଏହା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ବରୁଣ ପିଲିଭିତ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ଏବେ ପ୍ରଶ୍ନ ଉଠିଛି ଯେ ଯଦି ବିଜେପି ବରୁଣ ଗାନ୍ଧୀଙ୍କୁ ଟିକେଟ୍ ନ ଦେବ, ତେବେ ସେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ସମାଜବାଦୀ ପାର୍ଟି ଆଡକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖ ଥାଉ କି ଚର୍ଚ୍ଚା ମୁତାବକ ଅନେକ ସମୟରେ ବିବାଦୀୟ ବୟାନ ସହ ବିଜେପିକୁ ସମାଲୋଚନା କରୁଥିବାରୁ ବରୁଣଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଖପ୍ପା ଅଛନ୍ତି | ଆଉ ବରୁଣଙ୍କୁ ଟିକେଟ ନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ଜୋର ଧରିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ