Saturday, October 3, 2026
23.6 C
Odisha

    ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ କରିଥିବା କସମେଟିକ୍ କମ୍ପାନୀ ‘ଲ’ରିୟଲ୍’ର ମାଲିକ ଏବେ ଏତେ ରୋଜଗାର କରୁଛନ୍ତି ଯେ ଏବେ ଏହା ଏକ ରେକର୍ଡ

    ଆଗକୁ ପଢନ୍ତୁ

    ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି । ବିଶ୍ବ ପ୍ରସିଦ୍ଧ କସମେଟିକ୍ ଉତ୍ପାଦ ଉତ୍ପାଦନ କମ୍ପାନୀ L’Oreal ର ଉତ୍ତରାଧିକାରୀ ତଥା ବ୍ୟବସାୟୀ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସ ୧୦୦ ବିଲିୟନ ଡଲାର (ପ୍ରାୟ ୮୩,୨୪,୮୮,୫୦,୦୦,୦୦ ଟଙ୍କା) ରୋଜଗାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି। । ଫ୍ରାଙ୍କୋଇସ୍ ମୂଳତ ଫ୍ରାନ୍ସର ବାସିନ୍ଦା ଅଟନ୍ତି । ସେ ତାଙ୍କ ମା’ଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଏହି ପ୍ରସାଧନ ସାମ୍ରାଜ୍ୟ ପାଇଥିଲେ । ପରେ ଏହାର ଅଂଶଧନରେ ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ସେ ଏହି ଲକ୍ଷ୍ୟରେ ପହଞ୍ଚି ପାରିଛନ୍ତି ।

    ମାଆଙ୍କ ନାମରେ ଥିଲା ଏହି ରେକର୍ଡ

    ଆପଣ ଜାଣିଥିବେ ଯେ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସଙ୍କ ମା’ ୨୦୧୭ ରେ ମୃତ୍ୟୁ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଧନୀ ମହିଳାଙ୍କ ଆଖ୍ୟା ପାଇଥିଲେ । ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ ହୋଇଥିଲା କମ୍ପାନୀ୧୯୦୯ ମସିହାରେ ଏହି କମ୍ପାନୀ ବେଟେନକୋର୍ଟ ମେୟର୍ସଙ୍କ ଜେଜେବାପା ଇଉଜିନ୍ ସ୍କୁଏଲର୍ଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀ ପ୍ରଥମେ ହେୟାର ଡାଇ(ରଙ୍ଗ)ରୁ ନିଜର ବ୍ୟବସାୟ ସାମ୍ରାଜ୍ୟ ଆରମ୍ଭ କରିଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି । ସେ ଏବଂ ତାଙ୍କ ପରିବାର ପ୍ରାୟ ୩୫ ପ୍ରତିଶତ ଅଂଶଧନ ସହିତ କମ୍ପାନୀର ସର୍ବ ବୃହତ ଅଂଶୀଦାର ଅଟନ୍ତି । ଏହାର ମୂଲ୍ୟ ତାଙ୍କ ସମ୍ପତ୍ତିକୁ ଚଳିତ ବର୍ଷ ୨୮.୬ ବିଲିୟନ ଡ଼ଲାରରେ ବୃଦ୍ଧି କରି ୧୦୦ ବିଲିୟନ ଡଲାରରେ ପହଞ୍ଚିବାରେ ସାହାଯ୍ୟ କରିଛି । ବେଟେନକର୍ଟ ମେୟର୍ସ ଏକ ବର୍ଷରେ ଧନୀ ହେବାରେ ଏକାକୀ ନୁହଁନ୍ତି ଯେଉଁଥିରେ ସାଧାରଣତ ବିଲିୟନେୟାରଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥଲା । ଆହୁରି ବହୁତ କମ୍ପାନୀ ମଧ୍ୟ ଏହିପରି ସଫଳତା ହାସଲ କରିପାରିଛି ।  ଦୁନିଆର ୫୦ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ୨୦୨୩  ମସିହାରେ ବହୁତ କ୍ଷତି ସହି ତାଲିକାର ତଳକୁ ଖସିଥିବା ବେଳେ ଆଉ କିଛି ଧନୀ ବ୍ୟକ୍ତି ବ୍ୟବସାୟକୁ ବଜାୟ ରଖି ସେମାନଙ୍କ ସମ୍ପତ୍ତିରେ ବୃଦ୍ଧି କରିପାରିଛନ୍ତି ।  ଏହି ତାଲିକାରେ ଥିବା ଅଧିକାଂଶ ପୁରୁଷ ଆମେରିକାରୁ ଆସିଛନ୍ତି। ବେଟାନକର୍ଟ ମେୟର୍ସ ଏହି   ମାନ୍ୟତାରେ ଦ୍ୱାଦଶ ସ୍ଥାନରେ ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ