Tuesday, September 29, 2026
23.1 C
Odisha

    ଇଭିଏମ୍‌କୁ ନେଇ ନିରବତା ଦେଖି ବିରୋଧୀ ମେଣ୍ଟକୁ କଟାକ୍ଷ କଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଯେତେବେଳେ ଫଳାଫଳ ପ୍ରକାଶ ପାଇଲା ସେତେବେଳେ ସେ ଚିନ୍ତିତ ଥିଲେ ଯେ ଇଭିଏମ୍‌ରେ ତ୍ରୁଟି ଅଭିଯୋଗକୁ ନେଇ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ’ମୃତ ନା ଜୀବିତ’।ସେ ଅଭିଯୋଗ କରିଛନ୍ତି ଯେ ବିରୋଧୀମାନେ ଇଭିଏମକୁ ଦୋଷ ଦେବାକୁ ଚେଷ୍ଟା କରିଛନ୍ତି ଏବଂ ଏହା ଦ୍ୱାରା ଭାରତର ନିର୍ବାଚନ କମିଶନ ଦୁର୍ବଳ ହୋଇଛି। ତେବେ, ଜୁନ୍‌ ୪ ତାରିଖରେ ଯେତେବେଳେ ଫଳାଫଳ ଆସୁଥିଲା, ମୁଁ କାମରେ ବ୍ୟସ୍ତ ଥିଲି। ପରେ ଫୋନ୍‌ କଲ୍‌ ଆସିବା ଆରମ୍ଭ ହୋଇଥିଲା। ମୁଁ କାହାକୁ ପଚାରିଲି, ନମ୍ବର ଠିକ୍‌ ଅଛି, ମୋତେ କୁହନ୍ତୁ ‘ଇଭିଏମ୍‌ ଜିନ୍ଦା ହୈ କି ମାର୍‌ ଗୟା‘ (ଇଭିଏମ୍‌ ମରିଯାଇଛି ନା ଜୀବିତ)। ଜୁନ୍‌ ୪ ପୂର୍ବରୁ ଏହି ଲୋକମାନେ (ବିରୋଧୀ) ଲଗାତାର ଇଭିଏମ୍‌କୁ ଦୋଷ ଦେଉଥିଲେ ଏବଂ ସେମାନେ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଲୋକଙ୍କ ବିଶ୍ୱାସ ହରାଇବାକୁ ସଂକଳ୍ପବଦ୍ଧ ଥିଲେ। ମୁଁ ଭାବିଥିଲି ସେମାନେ ଇଭିଏମ୍‌ର ଅନ୍ତିମ ଶୋଭାଯାତ୍ରା ବାହାର କରିବେ ବୋଲି ଶୁକ୍ରବାର ସଂସଦରେ ଏନ୍‌ଡିଏ ମେଣ୍ଟର ନବନିର୍ବାଚିତ ସାଂସଦଙ୍କ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

    କିନ୍ତୁ ଜୁନ୍‌ ୪ ତାରିଖ ସନ୍ଧ୍ୟା ବେଳକୁ ସେମାନେ ଚୁପ୍‌ ହୋଇ ଯାଇଥିଲେ। ଇଭିଏମ୍‌ ସେମାନଙ୍କୁ ଚୁପ୍‌ କରିଥିଲା। ଏହା ହେଉଛି ଭାରତର ଗଣତନ୍ତ୍ରର ଶକ୍ତି, ଏହାର ନିରପେକ୍ଷତା। ମୁଁ ଆଶା କରୁଛି ଯେ ମୁଁ ୫ ବର୍ଷ ପର୍ଯ୍ୟନ୍ତ ଇଭିଏମ୍‌ ବିଷୟରେ ଶୁଣିବାକୁ ପାଇବି ନାହିଁ। କିନ୍ତୁ ଯେତେବେଳେ ଆମେ ୨୦୨୯କୁ ଯିବୁ, ବୋଧହୁଏ ସେମାନେ ପୁଣି ଥରେ ଇଭିଏମ୍‌ ବିଷୟରେ ଆଲୋଚନା କରିବେ। ଦେଶ ସେମାନଙ୍କୁ କେବେ ବି କ୍ଷମା କରିବ ନାହିଁ।

    ସେ କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି, ୧୦ ବର୍ଷ ପରେ ମଧ୍ୟ କଂଗ୍ରେସ ୧୦୦ ଆସନ ସଂଖ୍ୟା ଛୁଇଁ ପାରିନାହିଁ। ଯଦି ଆମେ ୨୦୧୪, ୨୦୧୯ ଏବଂ ୨୦୨୪ ନିର୍ବାଚନକୁ ମିଶାଇବୁ, ତେବେ କଂଗ୍ରେସ ଏହି ନିର୍ବାଚନରେ ବିଜେପିକୁ ଯେତିକି ଆସନ ମିଳିଥିଲା, ସେତିକି ଆସନ ମଧ୍ୟ ପାଇନାହିଁ। ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ପୂର୍ବରୁ ଇଣ୍ଡି ମେଣ୍ଟର ଲୋକମାନେ ଧୀରେ ଧୀରେ ବୁଡ଼ି ଯାଉଥିଲେ, ଏବେ ସେମାନେ ଦ୍ରୁତ ଗତିରେ ବୁଡ଼ିବାକୁ ଯାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ