Saturday, July 27, 2024
24.5 C
Odisha

    ତ୍ରିକୋଣୟୀ ପ୍ରେମରୁ ହତ୍ୟା ଘଟଣା, ପୋଲିସ ହାତ ଖାଲି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ବର ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ମାମଲା । ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବତୀ ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ ।
    ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଲକ୍ଷ୍ମୀସାଗର ଅଞ୍ଚଳର ଅଞ୍ଜନ । ସାଙ୍ଗକୁ ରକ୍ଷା କରିବାକୁ ଯାଇ ଅଭିଯୁକ୍ତର ଆକ୍ରମଣ ଶିକାର ହୋଇଥିଲେ । ଶୁକ୍ରବାର ରାତିରେ ଅଭିଯୁକ୍ତ ପିଙ୍କୁ ଓ ପ୍ରେମିକା ନିହାରିକା ପୁରୁଣା ପ୍ରେମିକ ଗୌତମକୁ ଡକାଇଥିଲେ । ଗୌତମ ରାତି ଅଧରେ ଏକା ନଆସି ନିଜ ସାଙ୍ଗ ଅଞ୍ଜନ ବେହେରାଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଅଞ୍ଜନ ଓ ଗୌତମ ପହଁଚିବା ମାତ୍ରେ ଯୁବତୀଙ୍କ ଉପସ୍ଥିତିରେ ପିଙ୍କୁ ଖଣ୍ଡା କାଢି ଭାଇଗିରି ଦେଖାଇଥିଲା । ରାଗରେ ଜର୍ଜରିତ ହୋଇ ଗୌତମଙ୍କ ଉପରକୁ ଚୋଟ ପକାଇଥିଲା । ଯେଉଁଥିରେ ଗୌତମ ଅଳ୍ପକେ ବତ୍ତି ଯାଇଥିଲେ, କିନ୍ତୁ ପ୍ରାଣ ହରାଇଥିଲେ ଅଞ୍ଜନ । ପ୍ରେମିକ ସହିତ ଫେରାର ହେଉଛନ୍ତି ବୋଲି ଭଉଣୀକୁ ମେସେଜ ଦେଇଛନ୍ତି ଯବୁତୀ ଜଣକ । ସେପଟେ ଲକ୍ଷ୍ମୀସାଗର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅଧାରରେ ତଦନ୍ତ ଚଳାଇଛି । ମୁଖ୍ୟ ଅଭିଯୁକ୍ତ ପିଙ୍କୁ, ଗାର୍ଲଫ୍ରେଣ୍ଡ ନିହାରିକା ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ