Thursday, October 1, 2026
22.8 C
Odisha

    ଉନ୍ନତ ଗାଣିତିକ ଅଧ୍ୟୟନ, ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ନେତୃତ୍ୱ ନେବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: କୁଳପତି

    ଆଗକୁ ପଢନ୍ତୁ

    କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଗଣିତ ବିଭାଗ ଦ୍ଵାରା ଆୟୋଜିତ ‘ ଏକବିଂଶ ଶତାବ୍ଦୀର ଗଣିତ: ସିଦ୍ଧାନ୍ତ ଓ ପ୍ରୟୋଗ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ସେ ଗଣିତ ବିଭାଗକୁ ଏକ ସଫଳ ସମ୍ମିଳନୀ ଆୟୋଜନ ପାଇଁ ପ୍ରଶଂସା କରିବା ସହ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାମାଜିକ ଉନ୍ନତି ପାଇଁ ଉଦ୍ଭାବନ ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ବିଶ୍ବବିଦ୍ୟାଳୟର ଗଣିତ ବିଭାଗ ଦିନେ ଉନ୍ନତ ଗାଣିତିକ ଅଧ୍ୟୟନ ଓ ଗବେଷଣାକ୍ଷେତ୍ରରେ ପୂର୍ବ ଭାରତର ନେତୃତ୍ୱ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଗଣିତ କ୍ଷେତ୍ରରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ଅବଦାନ ଉପରେ ଆଲୋକପାତ କରି ତିନୋଟି ପୁସ୍ତକ ପ୍ରକାଶ କରିବାକୁ ସେ ବିଭାଗକୁ ପରାମର୍ଶ ଦେଇଥିଲେ।ଏହି ସମ୍ମିଳନୀରେ ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧ୍ୟୟନ ଓ ଗବେଷଣାକୁ ପ୍ରାଥମିକତା ଦେବା ସହ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମ୍ମିଳନୀରେ ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ବହୁ ସଂଖ୍ୟକ ପେପର ଉପସ୍ଥାପନ କରିଥିବା ବେଳେ ଆଇଆଇଟି ଭିଲାଇର ସୁଶ୍ରୀ ମନୀଷା ସମ୍ମାନଜନକ ଶ୍ରେଷ୍ଠ ଉପସ୍ଥାପନା ପୁରସ୍କାର ପାଇଥିଲେ। ଗଣିତ ବିଭାଗର ସହକାରୀ ପ୍ରଫେସର ତଥା ସମ୍ମିଳନୀ ଆବାହକ ଡ ଜ୍ୟୋତିସ୍କ ଦତ୍ତା କାର୍ଯ୍ୟକ୍ରମକୁ ଦକ୍ଷତାର ସଫଳତାର ସହ ସଂଯୋଜନା କରିଥିଲେ।

    ସମାପନୀ ଅଧିବେଶନରେ ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ମୁକୁଟ ମଣି ତ୍ରିପାଠୀ, ଝାନ୍‌ସୀ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅବନୀଶ କୁମାର, ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନର ପୂର୍ବତନ ନିର୍ଦେଶକ ପ୍ରଫେସର ଏ.କେ. ମିଶ୍ର, ଦିଲ୍ଲୀ ଆଇଆଇଟିର ପ୍ରଫେସର ଭବାନୀ ଶଙ୍କର ପଣ୍ଡା, ରାଷ୍ଟ୍ରସନ୍ତ ତୁକାଡୋଜୀ ମହାରାଜ (ଆରଟିଏମ୍) ନାଗପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଶାନ୍ତ ଚାଟାର୍ଜୀ, ନାଗପୁର ବିଶ୍ୱବିଦ୍ୟାଳୟର ରାଷ୍ଟ୍ରସନ୍ତ ତୁକାଡୋଜୀ ମହାରାଜ (ଆରଟିଏମ୍)ର ପ୍ରଫେସର ଜିଏସ୍ ଖଡ଼େକର, ଏବଂ ସିୟୁଓର ଆସୋସିଏଟ୍ ପ୍ରଫେସର ତଥା ଗଣିତ ବିଭାଗର ମୁଖ୍ୟ ଡ. ଅଶୋକ କୁମାର ସାହୁ ପ୍ରମୁଖ ଗଣିତଜ୍ଞ ମଞ୍ଚାସୀନ ଥିଲେ।

    ଏହି କାର୍ଯ୍ୟକ୍ରମରେ ୨୦୨୪ ଏପ୍ରିଲ ୨୬ ତାରିଖ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାଜ୍ୟ ଓ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା। ଅଧ୍ୟାପକ ରମେଶ ଚନ୍ଦ୍ର ମାଟି ଓ ଡ. ସର୍ବେଶ୍ୱର ବାରିକଙ୍କ ତତ୍ତ୍ୱାବଧାନରେ ଗଣିତ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ଏହି ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିବା ସହ ହୃଦୟ ସ୍ପର୍ଶୀ ହୋଇଥିଲା ବୋଲି ବିଶ୍ବବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.8 ° C
    22.8 °
    22.8 °
    84 %
    1.2kmh
    15 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ