Saturday, October 10, 2026
22.4 C
Odisha

    ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା: ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ବ୍ରହ୍ମପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୋନପୁର ଗସ୍ତର ୨ ଦିନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ରବିବାର ଆସିଛନ୍ତି। ସେ ଆଜି ଅପରାହ୍‌ଣରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିଜେପିର ବରିଷ୍ଠ ନେତାମାନେ ଶ୍ରୀ ନଡ୍ଡାଙ୍କୁ ବିମାନବନ୍ଦରରେ ସ୍ବାଗତ ଜଣାଇଛନ୍ତି। ଦୁଇ ଦିନର ବ୍ୟବଧାନରେ ବିଜେପିର ୨ ଜଣ ବରିଷ୍ଠ ନେତା ଓଡ଼ିଶା ଗସ୍ତରେ ଆସିଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏଥି ସହିତ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନ ତାରିଖ ଘୋଷଣା ହେଲା ପରେ ଦକ୍ଷିଣ ଓଡ଼ିଶାକୁ ବିଜେପିର ବଡ଼ ନେତାଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ହୋଇଥିବାରୁ ଶ୍ରୀ ନଡ୍ଠା ତାଙ୍କ ସମ୍ବୋଧନରେ କ’ଣ କହିବେ, ସେନେଇ କର୍ମୀମାନେ ଅପେକ୍ଷାରତ ଅଛନ୍ତି।ଶ୍ରୀ ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ବିମାନବନ୍ଦରରୁ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ଯାଇଛନ୍ତି। ରଙ୍ଗେଇଲୁଣ୍ଡାରେ ବିଜେପିର ବରିଷ୍ଠ ନେତାମାନେ ଜେପି ନଡ୍ଡାଙ୍କୁ ସ୍ବାଗତ କରିବେ। ସେଠାରୁ ଶ୍ରୀ ନଡ୍ଡା ସାଢ଼େ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେବେ। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟରେ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଜିଲ୍ଲା ସଭାପତି, ପଦାଧିକାରୀ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ