Saturday, October 10, 2026
24.5 C
Odisha

    ନବୀନ-ଲକ୍ଷ୍ମଣ ବାକ୍‌ଯୁଦ୍ଧ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଣ୍ଟାବାଞ୍ଜି ଆସନକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଦେଇଥିବା ମନ୍ତବ୍ୟର ଜବାବ୍ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ ରଖିଛନ୍ତି। ସେ କହିଛନ୍ତି, ଏଥିରେ କ’ଣ ସତ୍ୟତା ଅଛି ମୁଁ କହିବିନି। ୨୫ ବର୍ଷ ସେମାନେ ଶାସନରେ ଥିଲେ। ତାଙ୍କୁ ଲୋକ ଭଲ ପାଉଥିଲେ ଭୋଟ୍ ଦେଉଥିଲେ । ଏବେ ତାଙ୍କ କଥା ସବୁ ପଦାରେ ପଡିଛି।
    ତାଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ସେମାନେ ସରକାରରେ ଥିଲେ, ସବୁ ତାଙ୍କ ପ୍ରଶାସନ କଳ ଥିଲା ତାପରେ ବି ହାରିଲେ। ଏଥିରୁ ସ୍ପଷ୍ଟ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଆମେ ଯେତେବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପକାଇବାକୁ କହିଥିଲୁ ସେ କହିଥିଲେ ତମର କ’ଣ ଆମ ଉପରେ ବିଶ୍ୱାସ ନାହିଁ। ଯଦି ସେତେବେଳେ ଏମିତି କହୁଥିଲେ ଏବେ କାହିଁକି ସୋସିଆଲ ମିଡ଼ିଆରେ ଏଭଳି କହୁଛନ୍ତି । ଯାହା ବିଚାର କରିଛନ୍ତି ଜନତା କରିଛନ୍ତି ବୋଲି ଲକ୍ଷ୍ମଣ ବାଗ୍‌ କହିଛନ୍ତି। ସେମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନ ଥିଲେ।
    ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଏବେ ଏହାର ଜବାବ୍ ଲକ୍ଷ୍ମଣ ବାଗ୍ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ