Tuesday, September 15, 2026
31 C
Odisha

    ନବୀନ ଓଡ଼ିଶା’ ଗଠନ ପାଇଁ ସଂକଳ୍ପବଦ୍ଧ କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଚଣ୍ଡ ଖରା ଅବା ଅବିଶ୍ରାନ୍ତ ବର୍ଷା, ନିଶାର୍ଦ୍ଧ ହେଉ ଅବା କୁହୁଡ଼ିଘେରା ପ୍ରତ୍ୟୁଷ। କାର୍ଯ୍ୟରେ ନାହିଁ ବିଶ୍ରାମ। ‘ନବୀନ ଓଡ଼ିଶା’ ଗଠନ ଲକ୍ଷ୍ୟରେ ସାରା ଓଡ଼ିଶାର କୋଣ ଅନୁକୋଣ ଘୂରି ବୁଲୁଥିବା ‘୫-ଟି’ ଅଧ୍ୟକ୍ଷଙ୍କ ଅଭିଧାନରୁ ବିଶ୍ରାମ ଶବ୍ଦ ଯେପରି ଉଭାନ ହୋଇ ଯାଇଛି। ନିଜେ କାମ କରିବା ସହ ଅନ୍ୟମାନଙ୍କୁ ସାଥୀରେ ନେଇ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାରେ ସେ ଲାଗି ପଡ଼ିଛନ୍ତି। ଅତୀତରେ ସେ ଏପରି ଅନେକ ଉଦାହରଣ ରଖିଛନ୍ତି; ଗତକାଲି ଓ ଆଜି ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ କାର୍ଯ୍ୟ କରି ଏହି ଉଦାହରଣରେ ସେ ଯୋଡ଼ିଛନ୍ତି ଆଉ ଏକ ପୃଷ୍ଠା। ଗତକାଲି ସକାଳେ ବାରବାଟି ଷ୍ଟାଡିୟମ୍‌‌ର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ ପରେ ସନ୍ଧ୍ୟାରେ ସୁଦୂର ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କ୍ରୀଡ଼ାବିତ୍‌‌ ମାନଙ୍କ ସହ ଆଲୋଚନା ପରେ ପ୍ରତ୍ୟୁଷରେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା, ବିଭିନ୍ନ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ ପରେ ଯାଇ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ଟି ସମାବେଶରେ ଯୋଗଦାନ, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା, ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି। ତାଙ୍କର ଏପରି କାର୍ଯ୍ୟ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ଜୀବନରେ କଠିନ ପରିଶ୍ରମ ପାଇଁ କଦାପି ପଛଘୁଞ୍ଚା ଦିଅ ନାହିଁ ବୋଲି ବୋଲାଉଥିବା ୫-ଟି ଅଧ୍ୟକ୍ଷ ନିଜେ ଏହି ଆହ୍ୱାନକୁ ଅନୁପାଳନ କରି ସୃଷ୍ଟି କରିଛନ୍ତି ନୂଆ ଉଦାହରଣ। ରୂପାନ୍ତରଣ କେବଳ କଥାରେ ହୁଏ ନାହିଁ, ଏଥିପାଇଁ ଲୋଡ଼ା ପ୍ରତିବଦ୍ଧତା। ଏହି ପ୍ରତିବଦ୍ଧ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ