Saturday, June 22, 2024
27.1 C
Odisha

    ବିଜେପି-ବିଜେଡି ମେଣ୍ଟକୁ ନେଇ ବଡ ବୟାନ ରଖିଲେ ବିଧାୟକ ପର୍ଶୁରାମ ଧଡ଼ା

    ଆଗକୁ ପଢନ୍ତୁ

    ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ କୌଣସି ସ୍ପଷ୍ଟ ଚିତ୍ର ମଧ୍ୟ ଏଯାଏଁ ସାମ୍ନାକୁ ଆସିନି । ମେଣ୍ଟ  ହେବ କି ନାହିଁ ଏବଂ ମେଣ୍ଟ ହେଲେ ଏହାର ରୂପରେଖ କଣ ହେବ ତାହାକୁ ନେଇ ଉଭୟ ଦଳର ନେତା ସେଭଳି ସ୍ପଷ୍ଟ ସଂକେତ ଦେଇନାହାନ୍ତି । କିନ୍ତୁ ଏହା ଭିତରେ ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଏବଂ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଆମ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ସମସ୍ତେ ମାନିଛନ୍ତି ଆଉ ଆଉ ମାନିବେ ।  ମେଣ୍ଟ କିଛି ନୂଆ କଥା ନୁହେଁ । ବିଗତ ଦିନରେ ବି ଆମର ମେଣ୍ଟ ହୋଇଥିଲା  । ଆସନ ବୁଝାମଣାକୁ ନେଇ ତର୍ଜମା ଚାଲିଛି । ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନି । ମୁଖ୍ୟମନ୍ତ୍ରୀ ତାହା ଉପରେ ଭଲ ଭାବେ ନଜର ରଖିଛନ୍ତି । ଉଭୟ ଦଳର ବିଚାର ବିମର୍ଷ ଚାଲିଛି । ତାହା ପରେ ନିଷ୍ପତ୍ତି ନିଆଯିବ । ମେଣ୍ଟ ହେଲେ ବିଜେଡିର କିଛି କ୍ଷତି ହେବାର ନାହିଁ ବୋଲି କହିଛନ୍ତି ପର୍ଶୁରାମ ଧଡା ।ସେହିଭଳି ବିଜେଡି ସାଂସଦ ରମେଶ ମାଝୀ କହିଛନ୍ତି, ମେଣ୍ଟ ନେଇ ରାଜ୍ୟର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛନ୍ତି । କଣ ହେବ ଶୀର୍ଷ ନେତୃତ୍ୱ କହିବେ । ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବ ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    83 %
    1.7kmh
    100 %
    Sat
    28 °
    Sun
    35 °
    Mon
    35 °
    Tue
    36 °
    Wed
    34 °

    ସମ୍ବନ୍ଧିତ