Friday, September 20, 2024
24.1 C
Odisha

    ଆଜି ଛତିଶଗଡ଼ରେ ବସିବ ନକ୍ସଲ ମୁକାବିଲା ରଣନୀତି ବୈଠକ, ଅଧ୍ୟକ୍ଷତା କରିବେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଛତିଶଗଡ଼ର ରାୟପୁରରେ ନକ୍ସଲ ଅଧ୍ୟୁଷିତ ରାଜ୍ୟର ସମୀକ୍ଷା ବୈଠକ ବସିବ । ଏହି ଆନ୍ତଃରାଜ୍ୟ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରସ୍ତୁତ ହେବ ନକ୍ସଲ ଦମନ ରଣନୀତି । ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡ଼ଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନାର ପୋଲିସ ଡିଜି ଓ ମୁଖ୍ୟ ସଚିବ ଯୋଗ ଦେବେ । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ଓ ସିଆରପିଏଫ ମୁଖ୍ୟ ଯୋଗ ଦେବାର ସମ୍ଭାବନା ରହିଛି ।

    ନକ୍ସଲ ଦମନ ପାଇଁ ନିଆଯାଉଥିବା ପଦକ୍ଷେପ ଓ ମାଓ ଅଧ୍ୟୁଷିତ ଅଞ୍ଚଳରେ ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ସମୀକ୍ଷା କରାଯିବ । ଓଡ଼ିଶାରେ ମାଓ ମୁକାବିଲାରେ ନିୟୋଜିତ ୨ କଂପାନୀ ବିଏସଏଫ ଯବାନଙ୍କୁ ଜାମ୍ମୁକାଶ୍ମୀର ଓ ୬ କଂପାନୀ ବିଏସଏଫଙ୍କୁ ଛତିଶଗଡ଼ ସ୍ଥାନାନ୍ତର ପରେ ଓଡ଼ିଶାରେ ମାଓ ମୁକାବିଲା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବୈଠକରେ ଓଡ଼ିଶା ପକ୍ଷରୁ ବିଏସଏଫ ଯବାନ ଫେରସ୍ତ ପ୍ରସଙ୍ଗ ଉଠାଯାଇପାରେ । ଓଡ଼ିଶା ନକ୍ସଲ ମୁକାବିଲାରେ ଏକ ଆଦର୍ଶ ରାଜ୍ୟ ଭାବେ ପରିଗଣିତ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ମାଓ ମୁକ୍ତ ହେବା ପରେ ଓଡ଼ିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଧରାଯାଇଛି । ଓଡ଼ିଶାରେ ରହିଛି ୭ ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ସମଗ୍ର ଦେଶରେ ୨୦୧୩ ରେ ୧୦ ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ଆସି ୩୮ ରେ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ