Thursday, December 26, 2024
24.2 C
Odisha

    ନିଟ୍ ପେପର ଲିକ୍: ବଡ଼ ଧରଣର ଅନିୟମିତତା ପ୍ରମାଣିତ ହେଲେ ପୁଣି ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି ହେବ ବୋଲି କହିଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିଟ୍ ପେପର ଲିକ୍ ଉପରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏହାର ସାମାଜିକ ପରିଣାମ ଥିବାରୁ ନିଟ୍ ମାମଲାକୁ ପ୍ରାଥମିକତା ଦିଆଯିବ। ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ ଆବେଦନକାରୀଙ୍କ ଆଇନଜୀବୀଙ୍କୁ କହିଛନ୍ତି ଏହି ଅନିୟମିତତା ଏବଂ ଲିକ୍ ବହୁ ପରିମାଣରେ ଘଟିଛି ତେଣୁ ପରୀକ୍ଷା ରଦ୍ଦ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ପ୍ରମାଣ କରିବାକୁ ପଡ଼ିବ।

    ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ ଯଦି ଆପଣ ଆମ ସମ୍ମୁଖରେ ପ୍ରମାଣ କରନ୍ତି ଯେ ଏକ ବଡ଼ ଧରଣର ଅନିୟମିତତା ହୋଇଛି ତେବେ ପୁନଃପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ। ଆବେଦନକାରୀ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆଇନଜୀବୀ କହିଛନ୍ତି ଯେ କିଛି ଛାତ୍ରଛାତ୍ରୀ ମଧ୍ୟ ଆସିଛନ୍ତି ଯେଉଁମାନଙ୍କର ସ୍ଥାନ ୧ ଲକ୍ଷ ୮ ହଜାରଙ୍କ ମଧ୍ୟରେ ଅଛି, କିନ୍ତୁ ସେମାନେ ସରକାରୀ କଲେଜ ପାଇ ନାହାନ୍ତି। ଶୁଣାଣି ସମୟରେ ଏକ ଆଇନଜୀବୀ କହିଛନ୍ତି ଯେ ପ୍ରାର୍ଥୀଙ୍କ ଓଏମଆର ସିଟ୍ ପରିବର୍ତ୍ତନ କରାଯାଇଛି। ଏହା ଉପରେ ସିଜେଆଇ କହିଛନ୍ତି ଆପଣ ହାଇକୋର୍ଟକୁ କାହିଁକି ଯାଉନାହାନ୍ତି? ଆଇନଜୀବୀ କହିଛନ୍ତି ମୋ ଆଦେବନ ବିରୋଧରେ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏ ସମ୍ପର୍କରେ ସିଜେଆଇ କହିଛନ୍ତି ଏନେଇ ଏକ ସ୍ୱତନ୍ତ୍ର ଅନୁମତି ଆବେଦନ କରିବା ଉଚିତ୍।

    ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି ଯେ ମୁଁ ଆଶା କରୁଛି ପ୍ରଧାନ ବିଚାରପତି ଦ୍ୱିତୀୟ ଷ୍ଟାଟସ୍ ରିପୋର୍ଟ ଦେଖିଛନ୍ତି। ଏନେଇ ସିଜେଆଇ ସମ୍ମତି ପ୍ରକାଶ କରିଥିଲେ। ବରିଷ୍ଠ ଓକିଲ ନରେନ୍ଦ୍ର ହୁଡା ମୁଖ୍ୟ ଆବେଦନରେ ଯୁକ୍ତି ଆରମ୍ଭ କରିଥିଲେ। କୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ ସିବିଆଇ ଆମକୁ ଏହାର ଷ୍ଟାଟସ୍ ରିପୋର୍ଟ ଦେଇଛି, କିନ୍ତୁ ଆମେ ଏହାକୁ ସାର୍ବଜନୀନ କରିପାରିବୁ ନାହିଁ କାରଣ ଏହା ସିବିଆଇ ତଦନ୍ତ ଉପରେ ପ୍ରଭାବ ପକାଇପାରେ। ସରକାରୀ କଲେଜରେ କେତେ ସିଟ୍ ଅଛି ବୋଲି କୋର୍ଟ ପଚାରିଛନ୍ତି। ବେସରକାରୀ କଲେଜଗୁଡ଼ିକରେ ସିଟ୍ ବିଷୟରେ ପଚରାଯିବା ପରେ ଉତ୍ତର ଦିଆଯାଇ ଥିଲା ଯେ ୫୨୦୦୦ ସିଟ୍ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    75 %
    1kmh
    87 %
    Thu
    26 °
    Fri
    28 °
    Sat
    29 °
    Sun
    28 °
    Mon
    29 °

    ସମ୍ବନ୍ଧିତ