Saturday, September 12, 2026
24.4 C
Odisha

    ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ଏବଂ ଡାକ୍ତରଙ୍କ ଆନ୍ଦୋଳନ ଏକ ସ୍ବାଭାବିକ କଥା ବୋଲି ମମତା ପ୍ରକାଶ କରିଛନ୍ତି।

    ବୁଧବାର ଦିନ ତ୍ରୁଣମୂଳ କଂଗ୍ରେସର ଏକ ଛାତ୍ର ସଂଗଠନର ସମାବେଶକୁ ସମ୍ବୋଧିତ କରି ମମତା ଦୀର୍ଘ ୨୧ ଦିନ ଧରି ଆନ୍ଦୋଳନ କରୁଥିବା ଜୁନିୟର୍‌ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରିଛନ୍ତି ସେମାନଙ୍କ କ୍ୟାରିଅରକୁ ଦୃଷ୍ଟିରେ ରଖି ଆନ୍ଦୋଳନକାରୀ ଡାକ୍ତରଙ୍କ ବିରୋଧରେ ସେ ଏଫ୍ଆଇଆର୍ ଦାଖଲ କରିବାକୁ ଚାହୁଁନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ମମତାଙ୍କ ଅବିଭାଷଣକୁ ବିଜେପିର ନେତାମାନେ ଧମକ ବୋଲି ଅଭିଯୋଗ ଆଣିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ଆର୍‌ଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବି କରୁଥିବା ଡାକ୍ତରମାନଙ୍କୁ ଧମକ ଦେଉଛ ଟିଏମସି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ