Friday, September 25, 2026
25.3 C
Odisha

    ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡ଼ୁୁ

    ଆଗକୁ ପଢନ୍ତୁ

    ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ଜନସେନା ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଓ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କ୍ୟାବିନେଟ ସହକର୍ମୀ ଅମିତ ଶାହା, ନୀତିନ ଗଡକରୀ, ଜେପି ନଡ୍ଡା ଏବଂ ଅନ୍ୟ ନେତା ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନ୍ନା ଏବଂ ଅଭିନେତା ରଜନୀକାନ୍ତ ଏବଂ ଚିରଞ୍ଜୀବୀ ମଧ୍ୟ ଯୋଗ ଥିଲେ।। ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ୟୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ୟାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା। ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ୟମନ୍ତ୍ରୀ। ପରେ ସେ ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ୟମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    89 %
    4.1kmh
    100 %
    Fri
    25 °
    Sat
    29 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ