Wednesday, September 16, 2026
24.5 C
Odisha

    ଉତ୍ତରପ୍ରଦେଶ: ୧୫ ଦିନର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଶାହଜାହାନପୁର: ୟୁପିର ଶାହାଜାହାନପୁରରୁ ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶାହାଜାହାନପୁର ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗାଁକୁ ଫେରୁଥିବା ଜଣେ ମହିଳାଙ୍କ କୋଳରୁ ଜଣେ ୧୫ ଦିନର ଶିଶୁକନ୍ୟାକୁ ଛଡ଼ାଇ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ଅଓ୍ବସ୍ତି କହିଛନ୍ତି ଯେ ଜଲାଲାବାଦ ଥାନା ଅନ୍ତର୍ଗତ ମଞ୍ଜା ଗ୍ରାମର ସୁନୀତା ଶନିବାର ଅପରାହ୍ନରେ ତାଙ୍କ ୧୫ ଦିନର ଝିଅ ପାଇଁ ଔଷଧ ଆଣିବା ପାଇଁ ଶାଶୂଙ୍କ ସହ ଡାକ୍ତରଖାନା ଯାଇଥିଲେ। ଡାକ୍ତରଖାନାରୁ ଔଷଧ ଖାଇ ଗାଁକୁ ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଇ-ରିକ୍ସା ନ ମିଳିବାରୁ ସେ ଚାଲି ଚାଲି ଗାଁକୁ ଯାଉଥିଲେ।

    ସେ ଏକ ନିର୍ଜନ ରାସ୍ତାରେ ପହଞ୍ଚିବା ପରେ ଏକ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ୧୫ ଦିନର ଶିଶୁକୁ କୋଳରୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଘଟଣା ସଂପର୍କରେ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ପୁଲିସ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅଓ୍ବସ୍ତି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ