Tuesday, October 6, 2026
22.3 C
Odisha

    ନବୀନଙ୍କ ପାଇଁ ବିଜେଡିରେ ନୂଆ ପଦ: ନିଜ କାନ୍ଧକୁ ନେଲେ ଦିଲ୍ଲୀ ଦାୟିତ୍ବ, ସୃଷ୍ଟି କଲେ ସଂସଦୀୟ ଦଳର ଅଧ୍ୟକ୍ଷ ପଦ

    ଆଗକୁ ପଢନ୍ତୁ

    ବିଜେଡିର ଦୀର୍ଘ ବର୍ଷର ଇତିହାସରେ ଯାହା କେବେ ଦେଖିବାକୁ ମିଳିନଥିଲା, ତାହା ଏବେ ଦେଖିବାକୁ ମିଳୁଛି। କ୍ଷମତାରୁ ଯିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକ, ପୁଣି ଥରେ ସକ୍ରିୟ ହୋଇଛନ୍ତି। ଦଳୀୟ ନେତାଙ୍କ ସହ ଘନ ଘନ ବୈଠକ କରିବା ସହ ସବୁ ଦାୟିତ୍ବ ନିଜ କାନ୍ଧକୁ ନେଉଛନ୍ତି। ନବୀନ ଏଭଳି ପଦକ୍ଷେପ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡି ସଂଗଠନ ଦୁର୍ବଳ ହୋଇଯିବା ଭୟରେ ନବୀନ ଏଭଳି କରୁଥିବା ପାୱାର କରିଡରରେ ଆଲୋଚନା ହେଉଛି। .. ଲୋକସଭାରେ ବିଜେଡି ଶୂନ ହୋଇଯିବା ପରେ, ଦିଲ୍ଲୀରେ ଦଳର ଦବଦବା କମିଛି। ଅନ୍ୟପଟେ ବିଜେଡିର ବରିଷ୍ଠ ନେତାମାନେ ସିଧାସଳଖ ଅସନ୍ତୋଷ ଝାଡୁଛନ୍ତି। ଏଭଳି ସ୍ଥିତିରେ ବଡ ପଦକ୍ଷେପ ନେଇଛି ବିଜେଡି। ୨୫ ବର୍ଷର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ବିଜେଡି ସଂସଦୀୟ ଦଳର ଅଧ୍ୟକ୍ଷ ପଦ ସୃଷ୍ଟି କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏହି ନୂଆ ପଦବି ଦିଆଯାଇଛି। ନବୀନଙ୍କ ନିଷ୍ପତ୍ତି ପରେ ଚର୍ଚ୍ଚା ହଉଛି,

    ନବୀନ ବିଜେଡି ସଂସଦୀୟ ଦଳର ଅଧ୍ୟକ୍ଷ ହେବାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଜବାବ ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ। କହିଛନ୍ତି, ରାଜ୍ୟସଭା ସାଂସଦଙ୍କ ତରଫରୁ ନବୀନଙ୍କୁ ସଂସଦୀୟ ଦଳର ଅଧ୍ୟକ୍ଷ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। କ୍ଷମତାରୁ ବିଜେଡି ଯିବା ପରେ ନବୀନଙ୍କ ଏଭଳି ପଦକ୍ଷେପ ନୂଆ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ