Sunday, March 29, 2026
39.1 C
Odisha

    ବନ୍ଦ ବେଳେ ଅଘଟଣ, ପୁଲିସ ଗାଡିର ଫେଲ ମାରିଲା ବ୍ରେକ; ଅଳ୍ପକେ ବର୍ତିଲେ ଆନ୍ଦୋଳନକାରୀ

    ଆଗକୁ ପଢନ୍ତୁ

    ରାୟଗଡା ସହର ଉପକଣ୍ଠ ସ୍ଥିତ ସିରିଗୁଡା ଛକରେ ଶ୍ରମିକ ସଂଗଠନ ତରଫରୁ  ଆନ୍ଦୋଳନ ଚାଲିଥିବା ବେଳେ ସେହି ରାସ୍ତାରେ ଅଟକି ଥିବା ପୁଲିସ ଗାଡିର ବ୍ରେକ ଫେଲ ହୋଇ ଯାଇ ଆନ୍ଦୋଳନକାରୀମାନଙ୍କ ଉପରକୁ ମାଡି ଯାଇଥିଲା  I ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନର ନେତାଙ୍କ ପାଇଁ ରଖା ଯାଇଥିବା ଚେୟାର ଉପରକୁ ଗାଡି ମାଡି ଯାଇଥିଲା I ଫଳରେ ବହୁ ଚେୟାର ନଷ୍ଟ ହୋଇ ଯାଇଥିଲା I ବ୍ରେକ ଫେଲ ଘଟଣାକୁ ଶ୍ରମିକମାନଙ୍କ ବିରୋଧରେ ବିଜେପି ସରକାରଙ୍କ ଷଡଯନ୍ତ୍ର ବୋଲି ଶ୍ରମିକ ନେତା ଭବାନୀ ଶଙ୍କର ଜେନା ପ୍ରକାଶ କରିଛନ୍ତି I ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା I ଉତ୍ତେଜନା ପରେ ରାୟଗଡା ଏସଡିପିଓ ଗୌରହରୀ ସାହୁ, ଆଇଆଇସି ପ୍ରସନ୍ନ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ