Friday, May 9, 2025
27.1 C
Odisha

    ପୁଣେ ଟେଷ୍ଟ : ଓ୍ବାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂ, ନ୍ୟୁଜିଲାଣ୍ଡ ୨୫୯ ରନରେ ଅଲଆଉଟ୍

    ଆଗକୁ ପଢନ୍ତୁ

    ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦ୍ରୁତ ବୋଲର ଓ୍ବାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ତାଙ୍କ ବୋଲିଂର ସାମନା କରିନପାରି ନ୍ୟୁଜିଲାଣ୍ଡ ମାତ୍ର ୨୫୯ ରନରେ ଅଲଆଉଟ ହୋଇଯାଇଛି ।

    ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଦଳକୁ ଝଟକା ଦେଇଥିଲେ ରବିଚନ୍ଦ୍ରନ ଅଶ୍ବୀନ । ସେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଟମ୍ ଲଥାମ, ଦେଓ୍ବନ କନଓ୍ବେ ଓ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ ନେଇଥିଲେ । ପ୍ରଥମ ୩ଟି ଓ୍ବିକେଟ ଅଶ୍ବୀନ ନେବା ପରେ ଓ୍ବାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ସେ ନ୍ୟୁଜିଲାଣ୍ଡ ଦଳର ଅବଶିଷ୍ଟ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଦେଇଥିଲେ । ୫୯ ରନ ଦେଇ ଏହି ୭ଟି ଓ୍ବିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କନଓ୍ବେ ୭୬ ରନ କରିଥିବାବେଳେ ରାଚିନ ରବୀନ୍ଦ୍ର ୬୫ ରନ କରିଥିଲେ । ମିଚେଲ ସାଣ୍ଟନର ୩୩ ରନ କରିଥିଲେ । ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    64 %
    1.5kmh
    92 %
    Thu
    27 °
    Fri
    40 °
    Sat
    41 °
    Sun
    41 °
    Mon
    42 °

    ସମ୍ବନ୍ଧିତ