Tuesday, April 7, 2026
27.6 C
Odisha

    ୮୦ ବିଧାନସଭା, ୧୬ ଲୋକସଭା ଆସନ ଜିତିବା ଜିତିବା ନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀଙ୍କ ଦମ୍ଭୋକ୍ତି

    ଆଗକୁ ପଢନ୍ତୁ

    ମନମୋହନଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ରାଜ୍ୟରେ ଦଳ ୮୦ରୁ ଅଧିକ ବିଧାନସଭା ଏବଂ ୧୬ରୁ ଅଧିକ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ । ଆଗାମୀ ନିର୍ବାଚନରେ ଦଳ ସବୁ ଆସନରେ ପ୍ରାର୍ଥୀ ଦେବ । ବର୍ତ୍ତମାନ ପୁରୀ ଓ ଭୁବନେଶ୍ୱରରେ ବିଜେପି ସାଂସଦ ଅଛନ୍ତି । କେବଳ ଏହି ଦୁଇଟି ଆସନ ନୁହେଁ, ସବୁ ସିଟରେ ଦଳ ଲଢ଼ିବ ବୋଲି କହିଛନ୍ତି ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ କଥାକୁ ଅସ୍ୱୀକାର କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଥିଲେ, ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ନିର୍ବାଚନରେ ଦଳ ଏକାକୀ ଲଢ଼ି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ ମନମୋହନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ