Saturday, October 10, 2026
22.4 C
Odisha

    ନିରପେକ୍ଷ ନିର୍ବାଚନ ପାଇଁ ୧୭ ହଜାର ପୁଲିସ ଫୋର୍ସ ନିୟୋଜିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ନେଇ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ହେବ। ୭୨୯୮ବୁଥ୍, ୬୨୮୨ ଲୋକେସନରେ ରହିଛି। ସେ କହିଛନ୍ତି, ନିରପେକ୍ଷ ନିର୍ବାଚନ ପାଇଁ ୧୭ ହଜାର ପୁଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଛନ୍ତି। ସେହିପରି ୬୬ ପ୍ଲାଟୁନ ଓଡ଼ିଶା ପୁଲିସ ଆର୍ମ ପୁଲିସ ନିୟୋଜିତ ହେବେ। ୬ଶହ ମୋବାଇଲ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି। ୧୦ରୁ ୧୨ଟି ବୁଥକୁ ଗୋଟିଏ ମୋବାଇଲ ପାର୍ଟି କଭର କରିବ। ୫୧ଟି ଇଣ୍ଟର ଷ୍ଟେଟ ବୋର୍ଡର ସୀମା ସିଲ କରାଯାଇଛି। ସିସିଟିଭି ଜରିଆରେ ନଜର ରଖା ଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ ପୋଷ୍ଟ କରାଯାଇଛି। ଏଣେ ୨୧୦ଟି ଫ୍ଲାଇଂ ସ୍କୁଆଡ଼ ଟିମ ଅଛନ୍ତି। ୧୯୫ଟି ଷ୍ଟାଟିଙ୍ଗ ସର୍ଭିଲାନ୍ସ ଟିମ ଅଛନ୍ତି। ୧୫ଟି ଇଭିଏମ୍ ଷ୍ଟ୍ରଙ୍ଗ ରୁମ ଅଛି। ଷ୍ଟ୍ରଙ୍ଗ ରୁମ ସୁରକ୍ଷାରେ ଏକ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ଵାହିନୀ ନିୟୋଜିତ ହେବେ। ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ଓଡ଼ିଶା ପୁଲିସ ଫୋର୍ସ ନିୟୋଜିତ ହେବେ। ଏଣେ ପୁଲିସ ଫୋକସରେ ମାଓ ଇଲାକା ବି ରହିଛି। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି,ନୂଆପଡାରେ ୫୩୭ ବୁଥ ମାଓବାଦୀ ଇଲାକାରେ ଅଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ କିଭଳି ଶାନ୍ତିର ସହ ନିର୍ବାଚନ ହେବ ସେଥିପାଇଁ ସବୁ ଚେଷ୍ଟା କରାଯାଇଛି। ୫୩୯ଟି ଆଣ୍ଟି ନକ୍ସଲ ଅପରେସନ କରାଯାଇଛି। ଗତ ଦୁଇ ଦିନ ହେଲା ୧୩୮ ଅର୍ଦ୍ଧସାମରିକ ବଳ ଓ ୩୭ଟି ଏସ ଓ ଜି ଅପରେସନ ପାର୍ଟି ଜଙ୍ଗଲରେ ଅପରେସନ ଜାରି ରଖିଛନ୍ତି। ୨୮ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୬ଟି ରେ ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ୧୨ଟିକୁ ପୁଲିଂ ପାର୍ଟି ଆଜି ଯିବେ। ନୂଆପଡ଼ା ଜିଲ୍ଲାର ସୁନାବେଡା ଅଂଚଳ ଅପହଞ୍ଚ ଥିବାରୁ ହେଲିକେପଟରରେ ପୁଲିଂ ପାର୍ଟିଙ୍କୁ ପହଞ୍ଚା ଯାଇଛି

    ମାଓ ଇଲାକାରେ ଅଘଟଣ ପାଇଁ ଜଗଦଳପୁରରେ ପ୍ରସ୍ତୁତ ଅଛି ବି ଏସ ଏଫର ଗୋଟିଏ ହେଲିକେପଟର ପ୍ରସ୍ତୁତ ଅଛି। ଏହା ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦେଶକ୍ରମେ ଏକ ଏୟାର ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରଖା ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ