Wednesday, September 9, 2026
24.5 C
Odisha

    ଜାରି ହେଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେବ। ଏହା ସହ ଏହି ସମସ୍ତ ୧୦୨ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୭ ରହିଛି। ତେବେ ବିହାରରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ଲୋକସଭା ଆସନ ପାଇଁ ମତଦାନ ହେବ ସେଥିପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖକୁ ମାର୍ଚ୍ଚ ୨୮ କୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ୪ଟି ପାଇଁ ମତଦାନ ହେବ। ଆସନ୍ତା ୨୮ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ବିହାର ପାଇଁ ଏହି ତାରିଖ ହେଉଛି ମାର୍ଚ୍ଚ ୩୦। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୩୦ ଥିବା ବେଳେ ବିହାରରେ ପ୍ରଥମ ପର୍ଯ୍ୟାୟର ୪ଟି ଆସନ ପାଇଁ ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ୨୯ଟି, ଉତ୍ତରପ୍ରଦେଶରେ ୮ଟି, ରାଜସ୍ଥାନର ୧୨ଟି, ଉତ୍ତରାଖଣ୍ଡର ୫ଟି, ଅରୁଣାଚଳ ପ୍ରଦେଶର ୨ଟି, ଆସାମର ୫ଟି, ବିହାରର ୪ଟି, ଛତିଶଗଡ଼ର ୧ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୫ଟି, ମଣିପୁରର ଟି୨, ମେଘାଳୟର ୨ଟି, ମିଜୋରାମର ୧ଟି, ନାଗାଲାଣ୍ଡର ୧ଟି, ସିକିମର ୧ଟି, ତ୍ରିପୁରା ୧ଟି, ପଶ୍ଚିମବଙ୍ଗର ୩, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୧ଟି, ଜମ୍ମୁ-କଶ୍ମୀର ୧ଟି, ଲାକ୍ଷାଦ୍ୱୀପ ୧ଟି ଓ ପୁଡୁଚେରୀ ୧ଟି ଆସନ ପାଇଁ ଭୋଟଗ୍ରହଣ ହେବ ।

    ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ତାରିଖରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ଘୋଷଣା କରାଯାଇଥିଲା, ଯାହା ଅଧୀନରେ ସାରା ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଶେଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    95 %
    1.5kmh
    100 %
    Wed
    25 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ