ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ଇଲେକ୍ଟ୍ରିକମ୍ପାନୀ ନ୍ୟାସନାଲ ଥର୍ମଲ ପାୱାର କର୍ପୋରେସନ୍(NTPC)ରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ପଦବୀ ପାଇଁ NTPC ନିଯୁକ୍ତି ଘୋଷଣା କରିଛି । ଏହି ନିଯୁକ୍ତି ପାଇଁ ୨୫୦ଟି ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୨୫୦
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୩ ଏପ୍ରିଲରୁ ମେ ୭ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୩୫ ବର୍ଷ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ମେକାନିକାଲ କିମ୍ବା ଇଲେକ୍ଟ୍ରିକାଲଇଞ୍ଜିନିୟରିଂରେ BE/B.Tech ଡିଗ୍ରୀ ହାସଲ କରିଥିବା ଜରୁରୀ । ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।
ଦରମା : ପ୍ରାର୍ଥୀଙ୍କୁ ମାସିକ ପାରିଶ୍ରମିକ ୫୫୦୦୦ଟଙ୍କା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରଥମେ ଲିଖିତ ପରୀକ୍ଷା କରାଯିବ । ଲିଖିତ ପରୀକ୍ଷାରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ସହିତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜରେ ଦିଆଯାଇଥିବା ‘କରେଣ୍ଟ ଓପନ’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଅପ୍ସନରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ୍ ନମ୍ବର ପାଇଁ ମୌଳିକ ବିବରଣୀ ପୂରଣ କରନ୍ତୁ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ବର୍ଗ ଅନୁସାରେ ଶୁଳ୍କ ପୈଠ କରନ୍ତୁ ।
ଶେଷରେ ଫର୍ମ ସବମିଟ୍ କରି ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ ।
