Sunday, September 27, 2026
24.7 C
Odisha

    ମନ୍ଦିରକୁ ପ୍ରବେଶ ବେଳେ ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ପୋଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅଟକାଇଲା ଆସାମ ପୋଲିସ। ଆସାମର ନୂଆଗାଁ  ଜିଲ୍ଲା ବୈଷ୍ଣବ ସନ୍ଥ ଶଙ୍କରଦେବ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରିଛି ପୋଲିସ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି  ପଦଯାତ୍ରା। ରାହୁଲଙ୍କ ଟିମକୁ ଏହି ମନ୍ଦିର ଦର୍ଶନ ଲାଗି ପୂର୍ବରୁ ପ୍ରଶାସନ ଅନୁମତି ଦେଇଥିଲା। ତେବେ କାହିଁକି ତାଙ୍କୁ ଅଟକା ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରତିବାଦ କରି ପୋଲିସ ଅଟକାଇଥିବା ସ୍ଥାନରେ ସେ ଧାରଣା ଦେଇଥିଲେ । ରାହୁଲଙ୍କୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନ୍ଦିରକୁ ଯିବାକୁ ଅନୁମତି ନାହିଁ ବୋଲି ପୋଲିସ କର୍ତ୍ତୃପକ୍ଷ କହିଥିଲେ। ପୋଲିସ ଅଟକାଇବାକୁ ନେଇ ପ୍ରତିବାଦ କରି ମୋର କ’ଣ ଦୋଷ ରହିଛି ବୋଲି ପଚାରିଥିଲେ ରାହୁଲ । ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଆସାମ ଦେଇ ଯାଉଥିବାବେଳେ ଏହା ଉପରେ ପୁନଃବିଚାର କରିବାକୁ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବାରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉପରେ ପୁନଃବିଚାର କରିବାକୁ କେନ୍ଦ୍ରକୁ ନିବେଦନ କରିଥିଲେ। ଆସାମରେ କିଛି ସ୍ଥାନରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ ହୋଇଥିବା ମଧ୍ୟ କଂଗ୍ରେସ କହିଛି । ଏହାର ପ୍ରତିବାଦ କରି ଦେଶବ୍ୟାପୀ ଆଜି ଅପରାହ୍ନରେ ପ୍ରଦର୍ଶନ କରିବାକୁ କହିଥିଲା କଂଗ୍ରେସ । ଦେଶରେ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ଲାଗି ରାହୁଲ ଗାନ୍ଧିଙ୍କ ଏହି ଭାରତ ନ୍ୟାୟ ଯାତ୍ରା ବୋଲି କହିଛି କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ