Friday, March 13, 2026
34.7 C
Odisha

    ମହିଳାଙ୍କୁ ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ମାମଲା, OAPF ନିଲମ୍ବିତ

    ଆଗକୁ ପଢନ୍ତୁ

    କଟକ : ମହିଳାଙ୍କୁ ଦୁର୍ବ୍ୟବହାର, OAPF ନିଲମ୍ବିତ । କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ସଦର ଥାନାର କାର୍ଯ୍ୟରତ ସମ୍ପୃକ୍ତ OAPF କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କଟକ ଡିସିପି । ଗତ ୨୨ ତାରିଖ ରାତିରେ କଟକ ସଦର ଥାନା ଅଞ୍ଚଳ ଶଙ୍ଖତ୍ରାସ ଗ୍ରାମରେ ଏକ ଗଣ୍ଡଗୋଳ ହେଉଥିବା ଖବର ପାଇ ସଦର ଥାନା ପିସିଆର ଘଟଣା ସ୍ଥଳରେ ପହଁଚିଥିଲା ।

    ପିସିଆରରେ ବସିଥିବା OAPF କର୍ମଚାରୀ ଜଣକ ନିଶାଶକ୍ତ ଅବସ୍ଥାରେ ସେଠାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଥାନା ରେ ଅଭିଯୋଗ ହୋଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ