Saturday, March 14, 2026
35.3 C
Odisha

    ଦୁବାଇରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର: ସବ୍ୟସାଚୀ, ଶିବାନୀଙ୍କୁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ସମ୍ମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦୁବାଇରେ ଜଲୱା ଦେଖାଇ ଓଡ଼ିଶା ଫେରିଲେ ଓଲିଉଡ ଷ୍ଟାର୍‌ କଳାକାରମାନେ। ଦୁବାଇରେ ଆୟୋଜିତ ହୋଇଥିବା ଓଡିଆ ଚଳଚ୍ଚିତ୍ର ସମ୍ମାନ ପୁରସ୍କାର ପାଇବା ପରେ ଭୁବନେଶ୍ୱର ଓଲିଉଡ କଳାକାରମାନେ ଫେରିଛନ୍ତି।

    ଆର ଆର ଇଭେଂଟ୍, ସିନେ ପ୍ରଡକ୍ସନ ଆସୋସିଏସନ୍ ଓ ୟୁଏଇ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରଥମ ମେଗା ଓଡ଼ିଆ ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ୍‌, ଯେଉଁଥିରେ ଅନେକ ଅଭିନେତା, ଅଭିନେତ୍ରୀ, ସଂଗୀତ ନିର୍ଦ୍ଦେଶକ, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଡ୍ୟୁସରମାନଙ୍କ ସହ ଅନେକ ଟେକ୍ନିସିଆନ ଯୋଗ ଦେଇଥିଲେ। ଏଥିରେ ଚଳଚ୍ଚିତ୍ର ପୁଷ୍କରା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି। ଅଭିନେତ୍ରୀ ଶିବାନୀ ସଙ୍ଗୀତା, ମାଲ୍ୟଗିରିରେ ନିଜ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ହାତେଇଛନ୍ତି।

    ଅନ୍ୟପକ୍ଷରେ ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଦୁବାଇରେ ବସବାସ କରୁଥିବା ତଥା କାମ କରୁଥିବା ଓଡ଼ିଆମାନଙ୍କ ସହ ଓଡ଼ିଆ ସିନେ ପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଦେଶ ଓ ଦେଶ ବାହାରେ ହେବା ଦ୍ୱାରା ଆମ କଳା ସଂସ୍କୃତି ଓ ଭାଷାର ପ୍ରଚାର ପ୍ରସାର ହୋଇପାରିବ ବୋଲି କଳାକାରମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ