Sunday, October 11, 2026
23.6 C
Odisha

    ଭାରତୀୟ ବସୁମତୀ ଚାଉଳ ବିଶ୍ୱର ଶ୍ରେଷ୍ଠ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଭାରତୀୟ ବାସୁମତି ଚାଉଳକୁ ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ମିଳିଛି। ଲୋକପ୍ରିୟ ଖାଦ୍ୟ ବିଶ୍ଳେଷଣକାରୀ ସଂସ୍ଥା ‘ଟେଷ୍ଟ ଆଟ୍‌ଲାସ୍’ ପକ୍ଷରୁ ବାସୁମତି ଚାଉଳକୁ ବର୍ଷ ୨୦୨୩-୨୪ ପାଇଁ ବିଶ୍ୱର ସର୍ବୋତ୍ତମ ଚାଉଳ ମାନ୍ୟତା ପ୍ରଦାନ କରାଯାଇଛି। ନିକଟରେ ଏହି ସଂସ୍ଥା ବିଶ୍ୱର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତକୁ ୧୧ ତମ ସ୍ଥାନରେ ରଖିଥିଲା। ଏବେ ଭାରତର ବାସୁମତି ଚାଉଳକୁ ‘ଟେଷ୍ଟ ଆଟ୍‌ଲାସ୍’ ଦୁନିଆର ସବୁଠାରୁ ଭଲ ଚାଉଳ ବୋଲି କହିଛି। ସୁଗନ୍ଧିତ ବାସୁମତି ଚାଉଳ ଶତାବ୍ଦୀ ଧରି ଭାରତୀୟ ଉପମହାଦେଶୀୟ ହିମାଳୟ ପାଦଦେଶର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଉତ୍ପାଦନ ହୋଇ ଆସୁଛି। ଭାରତ ସମେତ ପାକିସ୍ତାନରେ ମଧ୍ୟ ଏହି ଚାଉଳ ଉତ୍ପାଦନ କରାଯାଉଛି। ଏହାର ସ୍ୱାଦ ଓ ସୁଗନ୍ଧ ହେଉଛି ଏହି ଚାଉଳର ସ୍ବତନ୍ତ୍ରତା। ଭାରତରେ ୩୪ ପ୍ରକାରର ବାସୁମତି ଚାଉଳ ଉତ୍ପାଦନ କରାଯାଇଥାଏ। ଏଥିରେ ବାସୁମତି ୨୧୭, ବାସମତି ୩୭୦, ଟାଇପି-୩(ଡେରାଡୁନୀ ବାସୁମତି), ପଞ୍ଜାବ ବାସୁମତି୧(ବଉନୀ ବାସୁମତି), ପୁସା ବାସୁମତି୧, କସ୍ତୁରି, ହରିୟାଣା ବାସୁମତି ୧, ମାହି ସୁଗନ୍ଧା, ତରୌରି ବାସୁମତି(ଏଚ୍‌ବିସି ୧୯/ କର୍ଣ୍ଣାଲ ଲୋକାଲ), ରଣବୀର ବାସୁମତି, ବାସୁମତି ୨୮୬ ଆଦି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ