Thursday, December 26, 2024
17.8 C
Odisha

    ଓଡ଼ିଶା ହେବ ପର୍ଯ୍ୟଟନ କ୍ଷେତ୍ରର ହବ୍‌ ; ଲଣ୍ଡନରୁ ଫେରିବା ପରେ ପ୍ରଭାତୀ ପରିଡ଼ାଙ୍କ ସୂଚନା

    ଆଗକୁ ପଢନ୍ତୁ

    ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ । ପ୍ରାକୃତିକ ପ୍ରଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଓଡିଶା ଆସିବେ ବିଦେଶୀ ନିବେଶବ । ଭିତ୍ତିଭୂମି କ’ଣ ରହିଛି ଏନେଇ ଲଣ୍ଡନରେ ଉପସ୍ଥାପନ କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଖୁବ୍ ଶୀଘ୍ର ନିବେଶକ ମାନେ ଓଡ଼ିଶା ଆସିବେ । ଆଇକନିକ ସାଇଟ କୋଣାର୍କ, ୪୮୦ କି.ମି ବେଳାଭୂମି, ଚିଲିକା ଲେକ, ଶିମିଳିପାଳ, ଦେବ୍ରିଗଡ଼, ଦେଓମାଳୀ, ସବୁକୁ ବଢ଼ାଇବା ନେଇ ଆଲୋଚନା ହୋଇଥିବା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
    ୱାର୍ଲଡ ଟୁରିଜିମ ମାର୍ଟରେ ଓଡ଼ିଶାର ପ୍ରଦର୍ଶନ ବହୁତ ଉକ୍ତୃଷ୍ଟ ଥିଲା । ଓଡିଶା ତରଫରୁ ଷ୍ଟଲ ଥିଲା । ଭାରତ ସରକାରଙ୍କ ଷ୍ଟଲରେ ଦେଶର ୧୪ ପ୍ରଦେଶ ସାମିଲ ଥିଲା । ଓଡିଶାର ପଡିରହିଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି । ଲଣ୍ଡନରେ ବାସ କରୁଥିବା ଓଡିଶା ପର୍ଯ୍ୟଟନ ସହିତ ଜଡିତ ଥିବା ପ୍ରବାସୀଙ୍କ ସହ ତିନି ରାଉଣ୍ଡ ଆଲୋଚନା ହୋଇଛି ।

    ଲଣ୍ଡନର ହାଇକମିଶନଙ୍କ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି । ଅନେକ ନିବେଶକଙ୍କ ସହ ଆଲୋଚନା ହୋଇଛି । ପ୍ରମୋଦ ମିତ୍ତଲଙ୍କୁ ମଧ୍ୟ ଭେଟିଥିବା ସେ କହିଛନ୍ତି । ବହୁତ ଶୀଘ୍ର ଆମର ପ୍ରାକୃତିକ ସମ୍ପଦ ବିକାଶ ପାଇଁ ନିବେଶକ ମାନେ ଆସିବେ । ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ସେଥିରେ ଯୋଗ ଦେବାକୁ ଆମେ ସମସ୍ତ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛୁ । ବହୁତ ଜଲଦି ଆମ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହିତ ପର୍ୟଟକୁ ନୂଆ ଲୁକ ଦେବାରେ ଏ ଲଣ୍ଡନ ଗସ୍ତ ସଫଳ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.8 ° C
    17.8 °
    17.8 °
    97 %
    1.2kmh
    85 %
    Wed
    17 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ