Friday, April 3, 2026
39 C
Odisha

    OJEE 2025 ରେଜଲ୍ଟ ଟପ୍ପର ତାଲିକା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଫଳାଫଳ ପୁସ୍ତକ ଉନ୍ମୋଚିତ ହୋଇଛି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ ଓଜେଇଇ-୨୦୨୫ ରେଜଲ୍ଟ ଘୋଷଣା କରିଛନ୍ତି ।

    ଓଜେଇଇ ରେଜଲ୍ଟ ପ୍ରକାଶିତ ହୋଇଥିବା ବେଳେ କେଉଁ କୋର୍ସ ପାଇଁ କେଉଁ ପରୀକ୍ଷାର୍ଥୀ ଶ୍ରେଷ୍ଠ ରାଙ୍କ ଆଣିଛନ୍ତି, ତାହା ସୂଚନା ଦିଆଯାଇଛି। ବି ଫାର୍ମାରେ ଯତୀନ ମେହେର, ଲେଟରାଲ-ଟେକ୍ନୋଲୋଜି (ଡିପ୍ଲୋମା)ରେ ଗୌରବ ସ୍ବାଇଁ, ଲେଟରାଲ ଏଣ୍ଟ୍ରି-ଟେକ୍ନୋଲୋଜି (ବିଏସ୍‌ସି)ରେ ସାକ୍ଷୀ କୁମାରୀ, ଲେଟରାଲ ଏଣ୍ଟ୍ରି-ଟେକ୍ନୋଲୋଜି-ଫାର୍ମାସିରେ ସାଗରିକା ଦାଶ, ଏମବିଏରେ ଅନୁରାଗ ମିଶ୍ର, ଏମସିଏ/ଏମଏସ୍ସି (କମ୍ପ୍ୟୁଟର ସାଇନ୍ସ)ରେ ଏସ୍ ସିସେନ୍ଦ୍ରୀ, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ଅଂଶୁମାନ ପତି, ବି. କେଟ୍ ଇନ ସିନେମାଟୋଗ୍ରାଫି ଆଣ୍ଡ ସାଉଣ୍ଡ ରେକର୍ଡିଂ ଆଣ୍ଡ ସାଉଣ୍ଡ ଡିଜାଇନିଂରେ ନେହା ପ୍ରିୟଦର୍ଶିନୀ, ବି. କେଟ୍ ଇନ୍ ଫିଲ୍ମ ଏଡିଟିଂରେ ସାନିଧ୍ୟ ନାୟକ, ଏମ୍ ଫାର୍ମାରେ ହିତଶେ କୁମାର ଧଳ, ଏମ୍ ଆର୍ଚିଟେକ୍‌ରେ ଅସ୍ମିତା ସୁବୁଦ୍ଧି, ଏମ୍ ପ୍ଲାନରେ ଉର୍ମିକାନ୍ତ ମଣିନନ୍ଦନ ସାହୁ ଏବଂ ଏମ୍ ଟେକ୍ ବର୍ଗରେ ସମସ୍ତ ସ୍ପେଶାଲାଇଜେସନରେ ମନ୍ମଥ ବେହେରା ଟପ୍ପର ହୋଇଛନ୍ତି ।

    ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ହୋଇଥିଲା । ରାଜ୍ୟର ସମସ୍ତ ୩୦ ଜିଲ୍ଲା ସହିତ ରାଜ୍ୟ ବାହାରର ୩ଟି ସହର )କଲିକତା,ପାଟଣା ଓ ରାଞ୍ଚି)ରେ ମୋଟ୍‌ ୭୦ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏବର୍ଷ ମୋଟ୍‌ ୯୨ ହଜାର ୪୮୮ ପିଲା ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ୮୦ ହଜାର ୩୨୪ ପିଲା ପରୀକ୍ଷାରେ ଅଂଶଗ୍ରହଣ କରିିଥିଲେ । ସେମାନଙ୍କ ମଧ୍ୟରୁ ୫୫ ହଜାର ୩୬୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ