Thursday, October 1, 2026
23.4 C
Odisha

    ୯ମାସ ପରେ ଜେଲରୁ ମୁକୁଳିବା ପରେ ଦଶରଥ ମାଞ୍ଝୀଙ୍କ ଗ୍ରାମକୁ ଯାଇ ୟୁଟ୍ୟୁବର କହିଲେ ଏଭଳି କଥା….

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାଟନା ହାଇକୋର୍ଟରୁ ଜାମିନ ମିଳିବା ପରେ ବିହାରର ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି। ମନୀଷ ବିହାରର ବେଉର ଜିଲ୍ଲାରେ ୯ମାସ ହେବ ବନ୍ଦୀ ରହିବା ପରେ ‌ଡିସେମ୍ବର ୨୩ ତାରିଖରେ ଜେଲରୁ ବାହାରିଛନ୍ତି।ଜେଲରୁ ବାହାରିବା ପରେ ମନୀଷ ନା ନିଜ ଘରକୁ ଗଲେ ନା ନିଜ ଗ୍ରାମକୁ ଗଲେ। କୌଣସି ମନ୍ଦିରକୁ ବି ନଯାଇ ସେ ବିହାରର ମାଉଣ୍ଟେନ ମ୍ୟାନ ନାମରେ ଚର୍ଚ୍ଚିତ ଦଶରଥ  ମାଞ୍ଝୀଙ୍କ ଗ୍ରାମ ଗହଲୋରରେ ପହଞ୍ଚିଥିଲେ। ଏଠାରେ ଭିଡ଼ ଜମାଇ ଥିବା ଲୋକଙ୍କୁ ମନୀଷ ଅନୁରୋଧ କରି କହିଥିଲେ, ‘ଯଦି ଏଠାକୁ ଆସି କୌଣସି ନେତା କହନ୍ତି କି ଘର ନିର୍ମାଣ କରିଦେବି, ସଡ଼କ ନିର୍ମାଣ ହେବ, ରୋଜଗାର ଦେବି… ଏସବୁ ପ୍ରତିଶ୍ରୃତି ଦେଇ ଯଦି ପୂରଣ ନକରୁଛନ୍ତି ତେବେ ସେମାନଙ୍କ ଉପରେ ବି ସେହି ଧାରା ଲାଗୁ ହେବ ଯାହା ମୋ ଉପରେ ଲାଗୁ ହୋଇଥିଲା।’

    ବିହାରରୁ ଯାଇ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳର ନକଲି ଭିଡିଓକୁ କଶ୍ୟପ ସତ ଭାବି ନିଜ ଚ୍ୟାନେଲରେ ପ୍ରସାରଣ କରିଥିଲେ।

    ଏଥିପାଇଁ ଉଭୟ ବିହାର ଓ ତାମିଲନାଡୁ ପୁଲିସ୍‌ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ। କିନ୍ତୁ ପରେ କଶ୍ୟପ ପଶ୍ଚିମ ଚମ୍ପାରନ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ