Thursday, October 1, 2026
22.7 C
Odisha

    କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କଲେ ସାକ୍ଷୀ ମଲ୍ଲିକ

    ଆଗକୁ ପଢନ୍ତୁ

    କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କରିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ସେ କହିଛନ୍ତି କି, ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପକୁ ସେ ସମର୍ଥନ କରୁଛନ୍ତି । ସେ କହିଛନ୍ତି କି କୁସ୍ତିସଂଘର ଅଧ୍ୟକ୍ଷ ଜଣେ ମହିଳା ହେବା ଆବଶ୍ୟକ । ଏହା ଫଳରେ କୁସ୍ତିସଂଘ ପାଇଁ ଖେଳୁଥିବା ମହିଳା ଓ ଝିଅମାନେ ସୁରକ୍ଷିତ ରହିବେ ।

    ଭାରତୀୟ କୁସ୍ତି ସଂଘକୁ ନେଇ ବିବାଦ ଓ କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ପରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଭାରତୀୟ କୁସ୍ତିସଂଘର ମାନ୍ୟତା ରଦ୍ଦ କରିବା ସହ ନବ ନିଯୁକ୍ତ କୁସ୍ତି ସଂଘର ଅଧ୍ୟକ୍ଷ ସଂଜୟ ସିଂଙ୍କୁ ନିଲମ୍ବନ କରିଛନ୍ତି । କ୍ରୀଡା ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏହାର କାରଣ ଭାବେ କୁହାଯାଇଛି କି ନବ ନିର୍ବାଚିତ ଭାରତୀୟ କୁସ୍ତିସଂଘ ତରଫରୁ ପର୍ଯ୍ୟାପ୍ତ ସମୟ ନ ଦେଇ ଅଣ୍ଡର-୧୫ ଓ ଅଣ୍ଡର-୨୦ ରାଷ୍ଟ୍ରୀୟ ଚାମ୍ପିୟନସିପ ଆୟୋଜନର ଘୋଷଣା କରିଥିଲା । ସେପଟେ କୁସ୍ତିସଂଘ ପାଇଁ ଡିସେମ୍ବର ୨୧ ତାରିଖରେ ହୋଇଥିବା ନିର୍ବାଚନରେ ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଓ ତାଙ୍କ ପ୍ୟାନେଲ ବଡ ଅନ୍ତରରେ ବିଜୟଲାଭ କରିଥିଲା ।ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାରକୁ ରାସ୍ତାରେ ରଖି ପଳାଇ ଯିବା ସହ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ଆଉ କେବେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ