Thursday, September 24, 2026
24.5 C
Odisha

    OYO ହୋଟେଲରୁ ସମାଜସେବୀଙ୍କ ମୃତଦେହ ଉଦ୍ଧାର, ପୁଲିସର ଛାନଭିନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଏକ OYO ହୋଟେଲ ଭିତରେ ଯୁବ ସମାଜସେବୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେବା ପରେ ଘଟଣା ସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚିଛି। ମୃତକ ଜଣଙ୍କ କାମାକ୍ଷାନଗର ଅଂଚଳର ଦେବୀଦତ୍ତ ମହାପାତ୍ର ବୋଲି ଜଣାପଡିଛି। ଛାନଭିନ୍ ୨ ଦିନ ତଳେ ଭୁବନେଶ୍ବର ଆସିଥିଲେ । ଭରତପୁର ଥାନା ଅଞ୍ଚଳରେ ଏକ OYO ହୋଟେଲରେ ରହିଥିଲେ । ହେଲେ ରୁମ୍ ଭିତରପଟୁ ବନ୍ଦ ଥିବା ବେଳେ କବାଟ ନଖୋଲିବାରୁ ହୋଟେଲ କର୍ତ୍ତୃପକ୍ଷ ସନ୍ଦେହ କରିଥିଲେ । କୌଣସି ଅଘଟଣ ଘଟିଥିବା ନେଇ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗିବା ପରେ ଝୁଲନ୍ତା ଅବସ୍ଥାରେ ଦେବୀଦତ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।ସେପଟେ ଖବର ପାଇ ଦେବୀଦତ୍ତ ମହାପାତ୍ରଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୭ ମାସ ତଳେ ବିବାହ କରିଥିଲେ ଦେବୀଦତ୍ତ । ତେବେ କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    97 %
    2.7kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ