Wednesday, September 23, 2026
23.8 C
Odisha

    ପାକିସ୍ତାନରେ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ୩୨ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଇସଲାମାବାଦ: ପାକିସ୍ତାନରେ ଯାତ୍ରୀବାହି ବସ୍ ଉପରେ ଆକ୍ରମଣ କଲେ ଆତଙ୍କବାଦୀ । ଚାଲିଗଲା ୩୨ଜଣଙ୍କ ଜୀବନ।  ଜଣେ ପୁଲିସ ଅଧିକାରୀଙ୍କ ସମେତ ୧୨ରୁ ଅଧିକ ଲୋକ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାଯାଇଛି। ଘଟଣାଟି ଘଟିଛି ପାକିସ୍ତାନର ଖୈବର ପଖ୍ତୁନଖ୍ବାରେ। ଖୈବର ପଖ୍ତୁନଖ୍ବାର ଲୋୟର କୁରମ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିବା ସାମ୍ନାକୁ ଆସିଛି।ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଲୋୟର କୁରମର ଓଚୁଟ୍ କାଳୀ ଏବଂ ମନ୍ଦୁରୀ ନିକଟ ଦେଇ ଯାତ୍ରୀବାହୀ ଭ୍ୟାନ୍ ପାର ହେଉଥିଲା ସେତେବେଳେ ସେଠାରେ ଜଗି ବସିଥିବା ଆତଙ୍କବାଦୀମାନେ ଭ୍ୟାନ ଉପରେ ଅତର୍କିତ ଗୁଳି ବର୍ଷା କରିଥିଲେ। କୁହାଯାଉଛି ଯେ, ଯାତ୍ରୀବାହୀ ଭ୍ୟାନ୍ ପାରାଚିନାରରୁ ପେଶୱାର ଯାଉଥିଲା।

    ତେବେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

    ଅନ୍ୟପକ୍ଷରେ, ପିପିପି ଏକ୍ସର ଏକ ପୋଷ୍ଟରେ ଲେଖିଛି ଯେ, ନିରୀହ ଯାତ୍ରୀଙ୍କୁ ଆକ୍ରମଣ କରିବା ଏକ ଅମାନବୀୟ କାମ। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ଦିଆଯାଉ। ଏଥିସହ ଆହତମାନଙ୍କୁ ଠିକ୍ ସମୟରେ ଚିକିତ୍ସା ସହାୟତା ପ୍ରଦାନ କରାଯାଉ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    99 %
    1.4kmh
    100 %
    Tue
    24 °
    Wed
    27 °
    Thu
    27 °
    Fri
    29 °
    Sat
    28 °

    ସମ୍ବନ୍ଧିତ