Saturday, October 10, 2026
24.5 C
Odisha

    ଅବକାରୀ ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଝଟକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। କେଜ୍ରିଓ୍ଵାଲଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଚାଲିଥିବା ଶୁଣାଣି ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି।

    ଏହାବ୍ୟତୀତ ଇଡିର ଚାର୍ଜସିଟକୁ ଗ୍ରହଣ କରିବା ପାଇଁ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ବିଚାର କରି ହାଇକୋର୍ଟ ଇଡିଠାରୁ ଜବାବ ମାଗିଛନ୍ତି। କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ନୋଟିସ୍ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ରେ କରିବେ। ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେଜ୍ରିୱାଲଙ୍କ ଆବେଦନଉପରେ ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି।

    ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ କହିଛନ୍ତି ଯେ ଷଷ୍ଠ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଏବଂ ସପ୍ତମ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ସମାନ, ଏଥିରେ କିଛି ନୂଆ ନାହିଁ, ସାକ୍ଷୀଙ୍କ ବୟାନ ମଧ୍ୟ ପୂର୍ବ ଚାର୍ଜସିଟରେ ରହିଛି। ଓକିଲ କହିଛନ୍ତି, ନିମ୍ନ ଅଦାଲତ ବିନା ଧାରାରେ କେମିତି ମାମଲାର ଶୁଣାଣି କରିପାରିବେ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ