Monday, June 2, 2025
29 C
Odisha

    TTEରୁ OSD ହେଲେ ସ୍ୱପ୍ନିଲ । ଅଲିମ୍ପିକ୍ସ ମେଡାଲ ଜିତିବା ପରେ ରେଳ ବିଭାଗର ବଡ ଗିଫ୍ଟ

    ଆଗକୁ ପଢନ୍ତୁ

    ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ । ଟିଟିଇରୁ ଓଏସଡି ହେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା । ତେବେ ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ୱପ୍ନିଲ କୁସାଲେ । ଆଉ ଏହାପରେ ରେଳ ବିଭାଗରେ ଟିଟିଇରୁ ତାଙ୍କୁ ଓଏସଡି ଭାବେ ପଦୋନ୍ନତି ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ଏଭଳି କର୍ମଚାରୀଙ୍କୁ ସ୍ପୋର୍ଟସ ଇଭେଣ୍ଟ, ଟ୍ରେନିଂ ଆଦି ପାଇଁ ପର୍ଯ୍ୟାପ୍ତ ଛୁଟି ମିଳିଥାଏ । ଏହାସହ ସେମାନଙ୍କୁ ଆହୁରି ମଧ୍ୟ ଅନେକ ସୁବିଧା ମିଳିଥାଏ । ଯାହାଫଳରେ କି ସେମାନେ ଖେଳ ସହ ନିଜର ଚାକିରି ଜୀବନ ମଧ୍ୟ ସୁରୁଖୁରୁରେ ଅତିବାହିତ କରିଥାନ୍ତି ।

    ଜାଣିରଖିବା ଉଚିତ୍ ଯେ, ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ରହୁଥିବା ସ୍ୱପ୍ନିଲ ୨୦୧୫ରେ ମଧ୍ୟ ରେଲୱେର ପୁଣେ ମଣ୍ଡଳ ଡିଭିଜନରେ କମର୍ସିଆଲ କମ୍ ଟିକେଟ୍ କ୍ଲର୍କ ଭାବେ ଯୋଗ ଦେଇଥିଲେ । ହେଲେ ଏବେ ଅଲିମ୍ପିକ୍ସରେ ଚମକିବା ପରେ ତାଙ୍କୁ ଅଫିସର ଭାବେ ପଦୋନ୍ନତି ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    36 %
    3.1kmh
    100 %
    Sun
    29 °
    Mon
    39 °
    Tue
    36 °
    Wed
    39 °
    Thu
    39 °

    ସମ୍ବନ୍ଧିତ