Saturday, July 27, 2024
24.6 C
Odisha

    ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

    ଆଗକୁ ପଢନ୍ତୁ

    ଜାନୁଆରୀ ୩୧ରୁ ବସିବ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ତେବେ ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ । ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ତେବେ ଏଥର ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ୍ କରାଯାଇପାରେ ବୋଲି ସୂଚନା ମିଳିଛଇ । ଏପରିକି ମୋଦୀ ସରକାର ଚାଷୀଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧି ଯୋଜନାର ଟଙ୍କାକୁ ଦ୍ୱିଗୁଣା କରିପାରେ ।ତେବେ ଏହାପୂର୍ବରୁ ଡିସେମ୍ବର ୪ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଇଥିଲା । ଯାହାକି ନିର୍ଦ୍ଧାରିତ ସମୟର ଦିନକୁ ପୂୂର୍ବରୁ ଶେଷ ହେଇଥିଲା । ଏହି ଅଧିବେଶନ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଅଧିବେଶନରେ ସରକାର ଅପରାଧ ଓ ନ୍ୟାୟ ସହ ଜଡିତ ନୂଆ ବିଲକୁ ସଂସଦରେ ପାସ୍ କରିଥିଲେ । ଅନ୍ୟପଟେ ଏହି ଅଧିବେଶନରେ ସଂସଦର ସୁରକ୍ଷାକୁ ନେଇ ମଧ୍ୟ ତୁମ୍ବିତୋଫାନ୍ ଦେଖିବାକୁ ମିଳିଥିଲା । ଦୁଇ ଜଣ ଅଜଣା ଯୁବକ ସଂସଦରେ ପଶିବା ଘଟଣାକୁ ନେଇ ମୁହାଁମୁହିଁ ହେଇଥିଲେ ଶାସକ ଓ ବିରୋଧୀ । ତେଣୁ ଏଥର ବଜେଟ୍ ଅଧିବେଶନ କେମିତି ରହୁଛି, ତାହା ଦେଖିବା ବାକି ରହିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ