Sunday, September 6, 2026
29.5 C
Odisha

    ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ମୁହାଁମୁହିଁ, ଧାରଣାରେ ବିଜେପି ନେତା ଓ କର୍ମୀ

    ଆଗକୁ ପଢନ୍ତୁ

    ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡ଼ବଜାର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ବିଜେପି । ପ୍ରତିବାଦରେ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ । ପର୍ଯ୍ୟଟନ ବିଭାଗ ଦ୍ବାରା ଜଳେଶ୍ଵର ବଡ଼ବଜାର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବାବେଳେ, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଉପେକ୍ଷା କରାଯାଇଥିବା ବିଜେପି ଅଭିଯୋଗ କରିଛି । ପୋଲିସ ବିଜେପି ନେତାଙ୍କୁ ବୁଝାସୁଝା କରି ଉଠାଇବା ସମୟରେ ଉଭୟ ବିଜେପି ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    67 %
    1.5kmh
    14 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ