Sunday, April 5, 2026
24.5 C
Odisha

    ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ କାହାର ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ୱ ନାଗରିକତ୍ୱ ଆର୍ଥିକ ପରାମର୍ଶଦାତା ସଂସ୍ଥା ଆର୍ଟନ କ୍ୟାପିଟାଲ(Arton Capital) ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛି । ଏହି ଇଣ୍ଡେକ୍ସରେ UAEର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ବିବେଚିତ କରାଯାଇ ପ୍ରଥମ ସ୍ଥାନ ଦିଆଯାଇଛି। UAEର ପାସପୋର୍ଟର ମୋବିଲିଟି ସ୍କୋର ୧୮୦ ରହିଥିବା ବେଳେ ଏହା ସବୁଠାରୁ ଶକ୍ତିଶାଳୀ ଟ୍ରାଭେଲ ଡକ୍ୟୁମେଣ୍ଟ ହୋଇପାରିଛି। UAE ପାସପୋର୍ଟଧାରୀ ପୂର୍ବ ଭିସା ବିନା ୧୩୦ଟି ଦେଶ ଯାତ୍ରା କରିପାରିବେ। ଏହା ବ୍ୟତୀତ ଭିସା ଅନ୍ ଆରାଇଭାଲ ଯାତ୍ରୀମାନେ ୫୦ଟି ଦେଶ ଭ୍ରମଣ କରିପାରିବେ। UAEର ଏହି ପାସପୋର୍ଟ ଏତେ ଶକ୍ତିଶାଳୀ ଯେ ଉକ୍ତ ପାସପୋର୍ଟଧାରୀମାନେ ୧୨୩ଟି ଦେଶରେ ନିଃଶୁଳ୍କ ପ୍ରବେଶ କରିପାରିବେ।

    ଆର୍ଟନ କ୍ୟାପିଟାଲର କହିବାନୁଯାୟୀ UAEର ସକାରାତ୍ମକ କୂଟନୀତି ଯୋଗୁ ପାସପୋର୍ଟ ଏତେ ଶକ୍ତିଶାଳୀ ହୋଇପାରିଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଜର୍ମାନୀ, ସ୍ପେନ୍‌, ଫ୍ରାନ୍ସ, ଇଟାଲି ଏବଂ ନେଦରଲ୍ୟାଣ୍ଡ ଭଳି ଅନେକ ଦେଶର ମୋବିଲିଟି ସ୍କୋର ୧୭୮ ରହିଛି । ଏହି ଦେଶର ପାସପୋର୍ଟଧାରୀମାନେ ୧୭୮ ଦେଶ ଭ୍ରମଣ କରିପାରିବେ । ତୃତୀୟ ସ୍ଥାନରେ ରହିଛି ସ୍ୱିଡେନ୍‌, ଫିନଲ୍ୟାଣ୍ଡ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ ଏବଂ ଲକ୍‌ଜମବର୍ଗ। ଏହି ଦେଶର ପାର୍ସପୋର୍ଟଧାରୀ ୧୭୭ ଦେଶ ଭ୍ରମଣ କରିପାରିବେ। ସେହିପରି ପାସପୋର୍ଟର ଏହି ର‌୍ୟାଙ୍କି ଇଣ୍ଡେକ୍ସରେ ଭାରତ ୬୬ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟଧାରୀମାନେ ୭୭ଟି ଦେଶ ଭ୍ରମଣ କରିବା ସହ ୨୪ଟି ଦେଶରେ ନିଃଶୁଳ୍କ ପ୍ରବେଶ କରିପାରିବେ । ଏହି ତାଲିକାରେ ପାକିସ୍ତାନ ୪୭ ସ୍ଥାନରେ ରହିଛି ଏବଂ ପାସପୋର୍ଟଧାରୀମାନେ କେବଳ ୧୧ଟି ଦେଶ ଭ୍ରମଣ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    55 %
    2.5kmh
    79 %
    Sun
    36 °
    Mon
    38 °
    Tue
    37 °
    Wed
    38 °
    Thu
    38 °

    ସମ୍ବନ୍ଧିତ