Sunday, May 12, 2024
26.6 C
Odisha

    ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାର ହସ୍ପିଟାଲରେ ଲୁଚାଇ ରଖାଯାଇଥିଲା । ଆମେରିକା କହିଲା – ହମାସର ଯୋଜନା ଏମିତି ଥିଲା ….

    ଆଗକୁ ପଢନ୍ତୁ

    ଆମେରିକା କହିଛି ଯେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାରେ ଥିବା ହସ୍ପିଟାଲର ଟନେଲରେ ଲୁଚାଇ ରଖିଥିଲା । ଏହି ଡାକ୍ତରଖାନା ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିଲା । ଏହା ପରେ ଇସ୍ରାଏଲ ହସ୍ପିଟାଲଗୁଡିକୁ ଖାଲି କରି ସମ୍ବେଦନଶୀଳ ଦଲିଲଗୁଡ଼ିକୁ ନଷ୍ଟ କରିଦେଇଥିଲା । ତେଲ ଅଭିଭ : ଆମେରିକା କହିଛି ଯେ ଏହା ନିଶ୍ଚିତ ଯେ ଆତଙ୍କବାଦୀ ସଂଗଠନ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦ ଇସ୍ରାଏଲର ବନ୍ଧକମାନଙ୍କୁ ଲୁଚାଇବା ପାଇଁ ଗାଜାର ସବୁଠାରୁ ବଡ ଡାକ୍ତରଖାନା ବ୍ୟବହାର କରିଛନ୍ତି । ଏହି ଡାକ୍ତରଖାନାର ଟନେଲ ଏବଂ ବେସମେଣ୍ଟରେ ବନ୍ଧକମାନଙ୍କୁ ରଖିଥିବାର ପ୍ରମାଣ ମିଳିଛି । ଏହି ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା, ବିଭିନ୍ନ ପ୍ରକାରର ଡକ୍ୟୁମେଣ୍ଟ, ଲାପଟପ୍, ଆଧୁନିକ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ ଜବତ କରାଯାଇଛି । ଅକ୍ଟୋବର ୭ ରେ, ହମାସ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଏକ ଅପ୍ରତ୍ୟାଶିତ ଆକ୍ରମଣ କରିଥିଲା ​​ଏବଂ ୧୨୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା ଏବଂ ୨୦୦ରୁ ଉର୍ଦ୍ଧ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ଭାବେ ରଖିଥିଲା । ଏହି ବନ୍ଧକମାନଙ୍କୁ ଲୁଚାଇବା ପାଇଁ ବିଦ୍ୟାଳୟ ଏବଂ ଡାକ୍ତରଖାନା ବ୍ୟବହାର କରାଯାଉଥିଲା । ଇସ୍ରାଏଲ୍ ମଧ୍ୟ ଏକ ଦୃଢ ପ୍ରତିକ୍ରିୟା ଦେଇ ହମାସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ​​ଏବଂ ସେ ଯୁଦ୍ଧ ଜାରି ରହିଛି । ଏହି ଆକ୍ରମଣରେ ଗାଜା ଅଞ୍ଚଳରେ ଏପର୍ଯ୍ୟନ୍ତ ୨୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି।

    ଆମେରିକାର ଗୁପ୍ତଚର ବିଭାଗ କ’ଣ କହିଲା ?

    ଆମେରିକାର ଗୁପ୍ତଚର ବିଭାଗ ସୂତ୍ରରୁ ପ୍ରକାଶ ଯେ ଅଲ ଶିଫା ହସପିଟାଲ କମ୍ପ୍ଲେକ୍ସ ବିଷୟରେ ଇସ୍ରାଏଲର ଦାବିକୁ ଆମେରିକା ସମର୍ଥନ କରେ । ଯେଉଁଥିରେ ସେମାନେ ବିଶ୍ୱାସ କରନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ “ବନ୍ଧକମାନଙ୍କୁ ଲୁଚାଇବା ପାଇଁ ଅଲ ଶିଫା ହସ୍ପିଟାଲ ଏବଂ ଏହାର ତଳେ ଥିବା ସୁଡଙ୍ଗ ଗୁଡିକ ବ୍ୟବହାର କରିଥିଲେ । ଏହି ସ୍ଥାନରୁ ଆତଙ୍କବାଦୀ କମାଣ୍ଡ ଏବଂ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଉଥିଲା। ଏଠାରେ ଏକ ଅସ୍ତ୍ରଶସ୍ତ୍ର ଭଣ୍ଡାର ମଧ୍ୟ ଥିଲା । ଆମେରିକା କହିଛି ଯେ ହମାସ ଡାକ୍ତରଖାନା ଛାଡି ଏହାର ସମ୍ବେଦନଶୀଳ ଦଲିଲ ସବୁ ପୋଡି ଦେଇଛି।

    ନଭେମ୍ବରରେ ଇସ୍ରାଏଲ୍ ସେନା ଅଲ ଶିଫା ଡାକ୍ତରଖାନା ଉପରେ ଆକ୍ରମଣ କରିଥିଲା । ଏହି ପଦକ୍ଷେପକୁ ବିଶ୍ୱ ମାନବିକ ସଂଗଠନଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ୍ ସେନା ଡାକ୍ତରଖାନା ତଳେ ଅବସ୍ଥିତ ହମାସ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟରର ଏକ ଭିଡିଓ ଜାରି କରିଥିଲା । ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଡାକ୍ତରଖାନାଗୁଡ଼ିକ ଉପରେ ସାଧାରଣତଃ ଆକ୍ରମଣ ହୋଇନଥାଏ, କିନ୍ତୁ ଯଦି ଏହା ସାମରିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ତେବେ ଏହା ପ୍ରଯୁଜ୍ୟ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    61 %
    2kmh
    2 %
    Sat
    26 °
    Sun
    41 °
    Mon
    39 °
    Tue
    40 °
    Wed
    39 °

    ସମ୍ବନ୍ଧିତ