Wednesday, October 23, 2024
21.7 C
Odisha

    ପଟାଟୋ ପନିର ଟୋଷ୍ଟ

    ଆଗକୁ ପଢନ୍ତୁ

    ପ୍ରତିଦିନ ପରି ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାଦିଷ୍ଟ ଓ ଚଟପଟା ଖାଦ୍ୟ ପଟାଟୋ ପନିର ଟୋଷ୍ଟ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ତା ନୁହେଁ ଏହା ଏପରି ଏକ ଡ଼ିସ ଯାହାକି ସମସ୍ତଙ୍କୁ ପସନ୍ଦ ଆସିବ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ଯାହାକୁ ଆପଣ ଅତି କମ ସମୟରେ ଯେକୌଣସି ସମୟରେ ପ୍ରସ୍ତୁତ କରିପାରିବେ । ଆପଣ ଏହାକୁ ଚା ସହିତ ମଧ୍ୟ ଖାଇପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ପଟାଟୋ ପନିର ଟୋଷ୍ଟ ।

    ଆବଶ୍ୟକୀୟ ସାମଗ୍ରୀ : ମଇଦା ୧୦୦ ଗ୍ରାମ, କଞ୍ଚାଲଙ୍କା ୨ଟି, ପନିର ୨୦୦ଗ୍ରାମ, ଆଳୁ ୨୦୦ଗ୍ରାମ, ତେଲ ଆବଶ୍ୟକ ଅନୁସାରେ, ଲୁଣ ସ୍ୱାଦ ଅନୁସାରେ, କଳାଲୁଣ ଅଳ୍ପ ।
    ପ୍ରସ୍ତୁତି ପ୍ରଣାଳୀ : ପଟାଟୋ ପନିର ଟୋଷ୍ଟ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ପନିର, ସିଝାଆଳୁ, କଞ୍ଚାଲଙ୍କା, ଲୁଣ ଓ କଳାଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ । ଅନ୍ୟଏକ ପାତ୍ରରେ ମଇଦାରେ ଅଳ୍ପ ପାଣିଦେଇ ଗୋଳାଇ ରଖିଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଆଉ ତାପରେ ଆଳୁର ମିଶ୍ରଣକୁ ଲମ୍ବା ଲମ୍ବା କରି ମଇଦାରେ ଗୋଳାଇ ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଟାଟୋ ପନିର ଟୋଷ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ