Tuesday, October 6, 2026
31.6 C
Odisha

    ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ। ସହରରେ କେହି ଝୁମ୍ପୁଡ଼ି ଘରେ ରହିବେ ନାହିଁ। ଏଥିପାଇଁ ଆବାସ ଯୋଜନା ଜରିଆରେ ଫ୍ଲାଟ ପ୍ରଦାନ କରାଯାଉଛି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଏହି ନୀଳମାଧବ ନିବାସ ନିର୍ମାଣ ହୋଇଛି।
    ସୂଚନାଯୋଗ୍ୟ, ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ସ୍ମାର୍ଟ ସିଟିରେ ଆବାସ ସ୍କିମରେ ଘର ଯୋଗାଉଛନ୍ତି। ଏହି କ୍ରମରେ ନୀଳମାଧବ ନିବାସରେ ୧୨ ଶହ ଘର ନିର୍ମାଣ ହେଉଛି। ପ୍ରଥମ ପର୍ଯ୍ୟାୟରେ ୯୬୦ଟି ଗୃହ ଶେଷ ହୋଇଥିବା ବେଳେ ସେଥିରୁ ଆଜି ମୁଖ୍ୟମନ୍ତ୍ରୀ ୪୫୫ ବସ୍ତି ବାସିନ୍ଦାଙ୍କୁ ଘର ହସ୍ତାନ୍ତର କରିଛନ୍ତି। ପ୍ରତି ପରିବାରକୁ ୨୭୫ ସ୍କୋୟାର ଫୁଟର ଏକ ଘର ପ୍ରଦାନ କରାଯାଇଛି।

    ସୂଚନାଯୋଗ୍ୟ, ନୀଳମାଧବ ନିବାସ ପରିସରରେ ବହୁମୁଖୀ ସୁବିଧା କେନ୍ଦ୍ର, ସପିଙ୍ଗ କମ୍ପ୍ଲେକ୍ସ, ପାର୍କ, ପାର୍କିଂ ସ୍ଥାନ, ପାର୍କରେ ଜିମ ଓ ଚାଲିବା ରାସ୍ତା, ପିଲାଙ୍କ ଖେଳିବା ପାଇଁ ଦୋଳି ସହ ବିଦ୍ୟୁତ ଓ ପାନୀୟ ଜଳର ସୁବିଧା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ