Thursday, May 14, 2026
41.1 C
Odisha

    ବାଲେଶ୍ୱର ସିଂଲା ଥାନା ପାହି ଗାଁରେ ଷଣ୍ଢ ଦେହରେ ପେଟ୍ରୋଲ ଢ଼ାଳି ଲାଗଇଦେଲେ ନିଆଁ

    ଆଗକୁ ପଢନ୍ତୁ

    ମାନବିକତା ଭୁଲିଗଲା ମଣିଷ । ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ନିରିହ ଷଣ୍ଡକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ଦୁବୁର୍ତ । ଯନ୍ତ୍ରଣା ସହି ନପାରି ଷଣ୍ଢଟି ଏଣେତେଣେ ଦୌଡିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ପଶୁ ଡାକ୍ତରଖାନାରେ ଭର୍ତି କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାହିଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଷଣ୍ଢ ଦେହର ବିଭିନ୍ନ ସ୍ଥାନରେ ଗଭିର କ୍ଷତ ଦେଖିବାକୁ ମିଳିଛି । ଷଣ୍ଢଟି ଚିକ୍ରାର କରି ଦୌଡୁଥିବା ବେଳେ ସାହୁ ଛକ ନିକଟରେ ସ୍ଥାନୀୟ ଲୋକେ ତାକୁ ଧରି ଚିକିତ୍ସା କରାଇଛନ୍ତି । ତେବେ କିଏ ଓ କାହିଁକି ଏଭଳି ହିନ କାର୍ଯ୍ୟ କରିଛି ତାକୁ ନେଇ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଲୋକେ ସିଂଲା ଥାନାରେ ଲିଖିତ ଅଭିଯୋଗ କରଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    41.1 ° C
    41.1 °
    41.1 °
    17 %
    3.1kmh
    20 %
    Thu
    40 °
    Fri
    44 °
    Sat
    44 °
    Sun
    44 °
    Mon
    46 °

    ସମ୍ବନ୍ଧିତ