Sunday, September 6, 2026
24.7 C
Odisha

    ବାରଣାସୀରୁ ମୋଦୀ, ଗାନ୍ଧୀନଗରରୁ ଶାହା ଓ ଲକ୍ଷ୍ନୌରୁ ଲଢ଼ିବେ ରାଜନାଥ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫୫ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କରିଛି ବିଜେପି । ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଘୋଷଣା କରାଯିବ । ଗତକାଲି ରାତି ପ୍ରାୟ ୧୧ଟାରୁ ସାଢେ଼ ୩ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟାରୁ ଊଦ୍ଧ୍ୱର୍କାଳ ବୈଠକ ପରେ ଦଳ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୃହମନ୍ତ୍ରୀ ଅମିତ୍‌ ଶାହା ଗାନ୍ଧୀନଗର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷେ୍ନø, ସ୍ମୃତି ଇରାନୀ ଆମେଥିରୁ ଓ ଭୂପେନ୍ଦ୍ର ଯାଦବ ଭିବାନୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁନା-ଶିବପୁରୀ ବା ଗ୍ୱାଲିୟରରୁ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଭୋପାଳ ବା ବିଦିଶାରୁ ଦଳ ପ୍ରାର୍ଥୀ କରିବ। ସର୍ବାନନ୍ଦ ସୋନୱାଲ ଦିବ୍ରୁଗଡ଼, ରବୀନ୍ଦ୍ର ରୈନା ରାଜୌରୀ-ଅନନ୍ତନାଗ, ମନୋଜ ତିୱାରୀ ଉତ୍ତରପୂର୍ବ ଦିଲ୍ଲୀ ଆସନ, ପରବେଶ ବର୍ମା ପଶ୍ଚିମ ଦିଲ୍ଲୀରୁ ପ୍ରାର୍ଥୀ ହେବେ। ଓଡ଼ିଶାର ଚୂଡ଼ାନ୍ତ ହୋଇଥିବା ଦୁଇ ଆସନ ମଧ୍ୟରୁ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀରୁ ସମ୍ବିତ୍‌ ପାତ୍ରଙ୍କ ନାମ ଥିବା ସୂଚନା ମିଳିଛି। ବୈଠକରେ ବିଭିନ୍ନ ରାଜ୍ୟରେ ବିଜେପିର ବିଭିନ୍ନ ସହଯୋଗୀ ଦଳକୁ ଆସନ ବଣ୍ଟନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ବିଜେପି ୭୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ସହଯୋଗୀ ଦଳଗୁଡ଼ିକୁ ୬ଟି ଆସନ ପ୍ରଦାନ କରିବ। ବିହାରରେ ଜେଡିୟୁ ସହ ଆସନ ବୁଝାମଣା ବୈଠକ ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ତେବେ ବିଜେପି କେବେ ବି ବିଜୟୀ ହୋଇ ନ ଥିବା ୪ ଲୋକସଭା ଆସନ ସହ ମୋଟ ୧୦ଟି ଆସନ ସହ ୨୨ଟି ଆସନ ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ପାଶ୍ୱାନ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)କୁ ଦେବାକୁ ଆପାତତଃ ନିଷ୍ପତ୍ତି ହୋଇଛି । ଝାଡ଼ଖଣ୍ଡରେ ଦଳ ୧୪ ଲୋକସଭା ଆସନ ମଧ୍ୟରୁ ଗୋଟିଏ ସହଯୋଗୀ ଏଜେଏସ୍‌ୟୁକୁ ପ୍ରଦାନ କରିବ ଓ ଅବଶିଷ୍ଟ ୧୩ଟି ଆସନରେ ପ୍ରାର୍ଥୀ ଦେବ। ପଞ୍ଜାବରେ ଅକାଳି ଦଳ ସହ ମେଣ୍ଟ ଚର୍ଚ୍ଚା ଅବ୍ୟାହତ ଥିବାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ନାହିଁ। ତେବେ ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପରନିତ୍‌ କୌରଙ୍କୁ ଦଳ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସେ ବିଜେପିରେ ଯୋଗଦେବା ପରେ ଏ ସଂକ୍ରାନ୍ତରେ ଘୋଷଣା ହେବ। ସେହିପରି ଚଣ୍ଡୀଗଡ଼ ଲୋକସଭା ଆସନରୁ ଅଭିନେତ୍ରୀ କିରଣ ଖେରଙ୍କ ବଦଳରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ବା ସିନେତାରକା କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଆସାମର ୧୪ ଲୋକସଭା ଆସନ ମଧ୍ୟରୁ ୧୧ଟିରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବ। ଅବଶିଷ୍ଟ ୩ଟି ଆସନ ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍‌) ଓ ଆସାମ ଗଣ ପରିଷଦ (ଏଜିପି)କୁ ଛାଡ଼ିବ। ଏଜିପି ଗୋଟିଏ ଓ ୟୁପିପିଏଲ୍‌ ୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅପରପକ୍ଷରେ ତେଲଙ୍ଗାନା, ଆନ୍ଧ୍ର ଓ ତାମିଲନାଡ଼ୁ ନେଇ ବୈଠକରେ ଦୀର୍ଘ ବିଚାରମବିମର୍ଷ ହୋଇଛି। ତାମିଲନାଡ଼ୁରେ ପୁନର୍ବାର ଏଆଇଡିଏମ୍‌କେ ସହ ମେଣ୍ଟ କରିବାକୁ ବିଜେପି ଚାହୁଁଛି, ମାତ୍ର ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିବାରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ନାହିଁ। ସେହିପରି ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଓ ପୱନ କଲ୍ୟାଣଙ୍କ ଜନସେନା ସହ ମଧ୍ୟ ଆସନ ବୁଝାମଣା ହୋଇ ପାରିନାହିଁ। ବୁଝାମଣା ହୋଇ ନ ପାରିଲେ ଦଳ ଆନ୍ଧ୍ରପ୍ରଦେଶର ସବୁ ଆସନରେ ଏକାକୀ ପ୍ରାର୍ଥୀ ଦେବ। ସେହିପରି ତେଲଙ୍ଗାନାରେ ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    89 %
    1.7kmh
    16 %
    Sat
    25 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ