Saturday, October 10, 2026
22.4 C
Odisha

    ଆୟୁଷ୍ମାନ ଯୋଜନାର ଲାଭ ଓଡ଼ିଶାବାସୀଙ୍କୁ ଦେଉନାହାନ୍ତି ରାଜ୍ୟ ସରକାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ଫୁଲବାଣୀ: ଆଜି ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେରୁ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆୟୁଷ୍ମାନ ଯୋଜନାର ଲାଭ କହିବା ସହ ବିଜେଡି ସରକାର ଏହାକୁ ଓଡ଼ିଶାରେ ଲାଗୁ କରାଇ ଦେଉନଥିବା ମୋଦୀ ଜନସଭାରେ କହିଛନ୍ତି। ସେ ଆହୁରି କହିଛନ୍ତି, ମୋଦୀ ଆପଣଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦେବାକୁ ଚାହୁଁଛି। ହେଲେ ବିଜେଡି ସରକାର ଆୟୁଷ୍ମାନ ଯୋଜନାକୁ ଏଠାରେ ଲାଗୁ କରିବାକୁ ଦେଉନାହାନ୍ତି। ଓଡ଼ିଶାର ଲୋକମାନେ ଦେଶର ବିଭିନ୍ନ ରାଜ୍ୟରେ ରହୁଛନ୍ତି। ଯଦି ଭାରତର କେଉଁଠି ବି ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ତେବେ ଆପଣ ସେଠାରେ ବି ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇପାରିବେ।

    ଆପଣଙ୍କ ପାଖରେ ଟଙ୍କା ଥାଉ କି ନଥାଉ, ସମ୍ପର୍କୀୟ ଥାଆନ୍ତୁ କି ନଥାନ୍ତୁ କେବଳ ପକେଟରେ କାର୍ଡ ଥିବା ଦରକାର। ମୁଁ ୫ ବର୍ଷରୁ ଏଠାକାର ସରକାରକୁ ବୁଝାଇବାକୁ ଚେଷ୍ଟା କଲିଣି ହେଲେ ସେମାନେ ବୁଝିବାକୁ ଚାହୁଁନାହାନ୍ତି। ଓଡ଼ିଶାରେ ବିଜେପି ସରକାର ବନାଇଲେ ୫ ଲକ୍ଷର ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଯାହାର ଆପଣଙ୍କ ରୋଗର ଚିନ୍ତା ନାହିଁ, ସେହି ସରକାର ଓଡ଼ିଶାରେ ରହିବା ଦରକାର କି ନାହିଁ, ଆପଣ ଚିନ୍ତା କରନ୍ତୁ ବୋଲି ମୋଦୀ କହିଛନ୍ତି।

    ଓଡ଼ିଶାରେ ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି। ପର୍ଯ୍ୟଟନ ବଢିଲେ ରୋଜଗାର ବଢେ। ହେଲେ ଏଥିରେ ଓଡ଼ିଶା ସରକାର ପଛୁଆ। ଭାଜପା ସରକାର ଏଠାରେ ପର୍ଯ୍ୟଟନର ବିକାଶ କରିବାକୁ ଚାହୁଁଛି। ମୋଦୀ ହେଉଛି ଆପଣମାନଙ୍କର ସବୁଠାରୁ ବଡ଼ ଗ୍ୟାରେଣ୍ଟି। ମୁଦ୍ରା ଯୋଜନାରେ ଆପଣ ୨୦ ଲକ୍ଷ ଟଙ୍କା ଋଣ ନେଇ ନିଜ ବ୍ୟବସାୟ କରିପାରିବେ। ଯୁବକମାନେ ପର୍ଯ୍ୟଟନର ବିକାଶ କରିପାରିବେ।

    କନ୍ଧମାଳର ହଳଦୀକୁ ମୋଦୀ ସରକାର ଜିଆଇ ଟ୍ୟାଗ ଦେଇଛନ୍ତି। ଓଡ଼ିଶା ସରକାର ହଳଦୀ ଚାଷୀଙ୍କୁ ଦେବାଳିଆ କରସାରିଲେଣି । ତେଣୁ ବିଜେପି ସରକାର କନ୍ଧମାଳରେ ମସଲା ପାର୍କ ଖୋଲିବାକୁ ଘୋଷଣା କରିଛନ୍ତି। ମୋଦୀ ସେଇମାନଙ୍କୁ ପଚାରେ ଯାହାକୁ କେହି ପଚାରନ୍ତିନି। ଡୋକ୍ରା ଓ ବାଉଁଶ କଳାକାର ରହୁଛନ୍ତି। ଏମାନଙ୍କ ପାଇଁ ଆମ ସରକାର ୧୩ ହଜାର କୋଟିର ପିଏମ ବିଶ୍ୱକର୍ମା ଯୋଜନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ