Monday, March 10, 2025
30.9 C
Odisha

    ପୁଣି ନରେନ୍ଦ୍ର ମୋଦୀ-ସି ଜିନପିଙ୍ଗ୍ ଭେଟ

    ଆଗକୁ ପଢନ୍ତୁ

    ରିଓ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ପୁଣି ସାକ୍ଷାତ ହୋଇଛି । ବ୍ରାଜିଲର ରାଜଧାନୀ ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା । ଋଷରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ପରେ ଏହା ହେଉଛି ଦ୍ୱିତୀୟ ଥର, ଯେତେବେଳେ ଦୁଇ ନେତା ସାକ୍ଷାତ କରିଛନ୍ତି । ପୂର୍ବରୁ ଲଦାଖରେ ଉତ୍ତେଜନା ଯୋଗୁଁ ଦୁଇ ନେତାଙ୍କ ମଧ୍ୟରେ ୫ ବର୍ଷ ଧରି ଆଲୋଚନା ହୋଇପାରିନଥିଲା।

    ଏକ ମାସ ମଧ୍ୟରେ ମୋଦୀ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ଦୁଇଥର ସାକ୍ଷାତକୁ ବିଶ୍ବ କୂଟନୀତିରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ବାଭାବିକ ହେବା ଦିଗରେ ଏହା ଏକ ବଡ଼ ସଂକେତ ବୋଲି କୁହାଯାଉଛି । ଜୋ ବାଇଡେନ ପ୍ରଶାସନ ସଂପର୍କରେ ଭାରତ ଓ ଆମେରିକା ସଂପର୍କରେ କିଛିଟା ଶୀତଳତା ଆସିବା ପରେ ଭାରତ ଓ ଚୀନ ପରସ୍ପରର ପୁଣି ନିକଟତର ହୋଇଛନ୍ତି ।

    ସେପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି । ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବା ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    23 %
    1.8kmh
    0 %
    Mon
    36 °
    Tue
    37 °
    Wed
    39 °
    Thu
    41 °
    Fri
    42 °

    ସମ୍ବନ୍ଧିତ