Monday, June 2, 2025
27.7 C
Odisha

ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ନିର୍ଭୟା କାଣ୍ଡ । ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ । ରାସ୍ତା କଡ଼ରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ଫିଙ୍ଗି ଦିଆଯାଇଥିଲା ।

ପୋଲିସ ସୂଚନା ଅନୁୟାୟୀ, ମହିଳାଙ୍କୁ ଅନ୍ୟତ୍ର ଦୁଷ୍କର୍ମ କରାଯାଇ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା । ଭୋର ପ୍ରାୟ ୩ଟା ୩୦ରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମହିଳା ଜଣଙ୍କ ଘର ଓଡ଼ିଶାର । ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରହୁଛନ୍ତି । ସେ ଜଣେ graduate ଓ nursing course ମଧ୍ୟ କରିଛନ୍ତି । ସାଉଥ ଦିଲ୍ଲୀରେ ଘର ଭଡ଼ା ନେଇ ମହିଳା ଜଣକ ରହୁଥଲେ । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ହେଲେ ଏଯାଏ ଅଭିଯୁକ୍ତ ସମ୍ପର୍କରେ କିଛି ବି ସୂଚନା ମିଳିନି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
27.7 ° C
27.7 °
27.7 °
40 %
2.8kmh
100 %
Mon
39 °
Tue
36 °
Wed
39 °
Thu
39 °
Fri
40 °

ସମ୍ବନ୍ଧିତ