Saturday, October 10, 2026
24.5 C
Odisha

    ଅଂଶୁଘାତର ଶିକାର ହେଲେ ପୋଲିଙ୍ଗ କର୍ମଚାରୀ

    ଆଗକୁ ପଢନ୍ତୁ

    ବାଲିପାଟଣା: ରାଜ୍ୟରେ ଗୀଷ୍ମଲହରି ଜାରି ଥିବା ବେଳେ ଭୁବନେଶ୍ବର ଲୋକସଭା କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ସୂଚନା ଅନୁସାରେ ୧୧୧ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକ ମଝିହରା ବୁଥର ଜନୈକ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି। ମତଦାନ ଚାଲିଥିବା ସମୟରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଫାଷ୍ଟ ପୋଲିଙ୍ଗ ଅଫିସର ହିମାଂଶୁ ଶେଖର ପାଢ଼ୀ ( ୩୩ ) ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଅଂଶୁଘାତ କକ୍ଷରେ ରଖାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ