Saturday, October 10, 2026
24.5 C
Odisha

    ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ବିଜେପି ଜିତିବ, ବିଧାନସଭାରେ ବହୁମତ ହାସଲ କରିବ: ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜିତିବ। ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବ। ଭୁବନେଶ୍ବରର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲ ମତଦାନ କେନ୍ଦ୍ରରେ ଭୋଟ୍‌ ଦେଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

    କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଗଣତନ୍ତ୍ରର ମହାଉତ୍ସବରେ ସାମିଲ ହୋଇ ଖୁସି ଅନୁଭବ କରୁଛି। ଭୋଟ ଦେବା ପାଇଁ ସୌଭାଗ୍ୟ ମିଳିଛି। ଭୁବନେଶ୍ବର ଉତ୍ତର ବିଧାନସଭା ଆସନରେ ମୁଁ ଭୋଟ ଦେଇଛି। ଲୋକସଭା ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବିଧାନସଭା ପାଇଁ ପ୍ରିୟଦର୍ଶୀ ମିଶ୍ରଙ୍କ ସପକ୍ଷରେ ଭୋଟ ଦେବାର ସୌଭାଗ୍ୟ ପାଇଛି। ଏହି ନିର୍ବାଚନରେ ଲୋକ ପରିବର୍ତ୍ତନ ଚାହିଁଛନ୍ତି। ମୋର ବିଶ୍ବାସ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଲୋକେ ଭୋଟ ଦେଇଛନ୍ତି।

    ସୂଚନାଯୋଗ୍ୟ, ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ଧର୍ମପତ୍ନୀ ମୃଦୁଲା ଠାକୁର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ଜନତା ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅପିଲ କରିଥିଲେ। ଏହାସହ କେନ୍ଦ୍ରରେ ମୋଦୀ ସରକାର ହେବା ସହ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ