Friday, February 27, 2026
24.5 C
Odisha

    ଚଢ଼ା ଦରରେ ଆଳୁ ବିକ୍ରି ବେଳେ ମନ୍ତ୍ରୀଙ୍କ ବଡ଼ ଦାବି । କହିଲେ, କିଲୋପିଛା ୩୨ ଟଙ୍କାରେ ମିଳିଲାଣି ଚାରିଆଡ଼େ ଆଳୁ

    ଆଗକୁ ପଢନ୍ତୁ

    ମନ୍ତ୍ରୀଙ୍କ ବଡ଼ ଦାବି, ଆଳୁ ସମସ୍ୟାର ହୋଇଛି ସମାଧାନ ।  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାବି କରିଛନ୍ତି, ପଶ୍ଚିମବଙ୍ଗରୁ ଟ୍ରକ ଆସି ପହଞ୍ଚିସାରିଛି । ଏବେ କିଲୋ ପିଛା ୩୦ରୁ ୩୨ ଟଙ୍କାରେ ଆଳୁ ମିଳୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଳୁ ସମସ୍ୟା ନେଇ କଥା ହୋଇଛନ୍ତି । ସେପଟେ ମନ୍ତ୍ରୀଙ୍କ ବଡ଼ ଦାବି ସତ୍ତ୍ବେ ରାଜ୍ୟରେ ଆଳୁ ଦର କିଲୋପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।ଆଳୁ ଦର ଏବେ ରାଜଧାନୀରେ କିଲୋ ପ୍ରତି ୪୦ ଟଙ୍କା ରହିଛି । ଏହାବ୍ୟତୀତ ପରିବା ଦର ମଧ୍ୟ ଆକାଶଛୁଆଁ ରହିଛି । ପୋଟଳ ୪୦,  ଭେଣ୍ଡି ୫୦, ଟମାଟୋ ୫୦, ପିଆଜ ୪୦, କାଙ୍କଡ଼ ୫୦, ଛୁଇଁ ୮୦ ଟଙ୍କା, ବିନସ୍ ୧୦୦ ଟଙ୍କା ରହିଛି । କଟକରେ ଆଳୁ ଦର ୪୫ , ଟମାଟୋ ୬୦, ବାଈଗଣ ୩୦, ପିଆଜ ୩୫, ଝୁଡଙ୍ଗ ୩୦, ବିନସ୍ ୪୦ ଟଙ୍କାରେ ବିକ୍ରି ହେଉଛି । ବର୍ଷା ଋତୁରେ ସାଧାରଣତଃ ପରିବା ଦର କମ ରହିଥାଏ । କିନ୍ତୁ ଅଧିକାଂଶ ପରିବାର ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ପରିବା ଦର ଅଧିକ ରହୁଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    24 %
    2kmh
    0 %
    Fri
    27 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ