Saturday, October 18, 2025
20.9 C
Odisha

    ଚଢ଼ା ଦରରେ ଆଳୁ ବିକ୍ରି ବେଳେ ମନ୍ତ୍ରୀଙ୍କ ବଡ଼ ଦାବି । କହିଲେ, କିଲୋପିଛା ୩୨ ଟଙ୍କାରେ ମିଳିଲାଣି ଚାରିଆଡ଼େ ଆଳୁ

    ଆଗକୁ ପଢନ୍ତୁ

    ମନ୍ତ୍ରୀଙ୍କ ବଡ଼ ଦାବି, ଆଳୁ ସମସ୍ୟାର ହୋଇଛି ସମାଧାନ ।  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାବି କରିଛନ୍ତି, ପଶ୍ଚିମବଙ୍ଗରୁ ଟ୍ରକ ଆସି ପହଞ୍ଚିସାରିଛି । ଏବେ କିଲୋ ପିଛା ୩୦ରୁ ୩୨ ଟଙ୍କାରେ ଆଳୁ ମିଳୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଳୁ ସମସ୍ୟା ନେଇ କଥା ହୋଇଛନ୍ତି । ସେପଟେ ମନ୍ତ୍ରୀଙ୍କ ବଡ଼ ଦାବି ସତ୍ତ୍ବେ ରାଜ୍ୟରେ ଆଳୁ ଦର କିଲୋପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।ଆଳୁ ଦର ଏବେ ରାଜଧାନୀରେ କିଲୋ ପ୍ରତି ୪୦ ଟଙ୍କା ରହିଛି । ଏହାବ୍ୟତୀତ ପରିବା ଦର ମଧ୍ୟ ଆକାଶଛୁଆଁ ରହିଛି । ପୋଟଳ ୪୦,  ଭେଣ୍ଡି ୫୦, ଟମାଟୋ ୫୦, ପିଆଜ ୪୦, କାଙ୍କଡ଼ ୫୦, ଛୁଇଁ ୮୦ ଟଙ୍କା, ବିନସ୍ ୧୦୦ ଟଙ୍କା ରହିଛି । କଟକରେ ଆଳୁ ଦର ୪୫ , ଟମାଟୋ ୬୦, ବାଈଗଣ ୩୦, ପିଆଜ ୩୫, ଝୁଡଙ୍ଗ ୩୦, ବିନସ୍ ୪୦ ଟଙ୍କାରେ ବିକ୍ରି ହେଉଛି । ବର୍ଷା ଋତୁରେ ସାଧାରଣତଃ ପରିବା ଦର କମ ରହିଥାଏ । କିନ୍ତୁ ଅଧିକାଂଶ ପରିବାର ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ପରିବା ଦର ଅଧିକ ରହୁଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.9 ° C
    20.9 °
    20.9 °
    86 %
    0.8kmh
    0 %
    Sat
    29 °
    Sun
    29 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ